ମେହୁଲ ଚୋକସିକୁ ଆଣିବା ପାଇଁ ଡୋମିନିକାରେ ଭାରତୀୟ ବିମାନ

ନୂଆଦିଲ୍ଳୀ: ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଏବେ ଏହାକୁ ନେଇ ବଡ ଖବର ଆସିଛି । ଭାରତ ଡୋମିନିକା ସରକାରଙ୍କୁ କହିଛି ଯେ, ମେହୁଲ୍ ଚୋକସି ଭାରତର ନାଗରିକ ଏବଂ ସେ ଗୁରୁତର ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଉ । ଏହିର ଭିତରେ ଆଂଟିଗୁଆର ପ୍ରଧନମନ୍ତ୍ରୀ କହିଛନ୍ତିି ଯେ, ଡୋମିନିକାର ଏୟାରପୋର୍ଟରେ ଭାରତର ପ୍ରାଇଭେଟ୍ ଜେଟ୍ ଉପସ୍ଥିତ ରହିଛି । ଆଂଟିଗୁଆ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମେହୁଲଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ।
ମେହୁଲଙ୍କୁ ଭାରତ ଆଣିବା ପାଇଁ ଦେଶର କିଛି ଏଜେନ୍ସି ଡୋମିନିକା ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଡୋମିନିକାର ପଡୋଶୀ ଦେଶ ଆଂଟିଗୁଆ ମଧ୍ୟ ଡୋମିନିକାକୁ କହିଛି ଯେ, ସେମାନେ ଚୋକସିଙ୍କୁ ଭାରତକୁ ହସ୍ତାନ୍ତର କରିିଦିଅନ୍ତୁ, କାରଣ ସେ ଜଣେ ପଳାତକ । ଆଂଟିଗୁଆକୁ ଫେରାର ହୋଇଥିବା ଚୋକସି ଡୋମିନିକାରେ ଧରା ପଡିଥିଲା ।
ଆହୁରି ଖବର ମିଳିଛି ଯେ, ଚୋକସିଙ୍କୁ ଡୋମିନିକାରୁ ଭାରତକୁ ଆଣିବା ପାଇଁ ଭାରତ ପ୍ରତ୍ୟାର୍ପଣ ଡକ୍ୟୁମେଂଟ ସହ ପ୍ରାଇଭେଟ୍ ବିମାନ ମଧ୍ୟ ଡୋମିନିକାକୁ ପଠାଇଛି । ଆଂଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ୍ ନିଜ ଦେଶରେ ଏକ ରେଡିଓ ଶୋ’ରେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ହେଲେ ଭାରତ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ।
ଆଂଟିଗୁଆ ନ୍ୟୁଜ୍ ରୁମ୍‌’ ମୁତାବକ, କାତାର ଏୟାରୱେଜ୍‌ର ଏକ ପ୍ରାଇଭେଟ୍ ବିମାନ ଡୋମିନିକାରେ ଡଗଲାସ୍‌-ଚାର୍ଲସ୍ ଏୟାରପୋର୍ଟରେ ଲ୍ୟାଣ୍ଡ କରିସାରିଛି । ଯାହ ପରେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଂଟିଗୁଆ ଓ ବାରଗୁଡାରୁ ଫେରାର ହୋଇଥିବା ଚୋକସିଙ୍କୁ ପଡୋଶୀ ଡୋମିନିକାରେ ଗିରଫ କରାଯାଇଥିଲା । ବ୍ରାଉନ୍ ରେଡିଓ ଶୋ’ରେ କହିଥିଲେ ଯେ, ଚୋକସିଙ୍କ ପ୍ରତ୍ୟାର୍ପଣ ପାଇଁ ଆବଶ୍ୟକ ଡକ୍ୟୁମେଂଟ ନେଇ ଏକ ବିମାନ ଭାରତରୁ ଆସିଛି ।

Comments (0)
Add Comment