ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ମେ’ ମାସ ରାଜ୍ୟ ପାଇଁ ସବୁଠୁ ଘାତକ ଥିଲା । ଗତ ୩୧ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୩,୨୦, ୮୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ତାରିଖରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ ସଂକ୍ରମିତ ଓ ମୃତକ ସଂଖ୍ୟା କମିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତିି । ସେ ଆହୁରି କହିଛନ୍ତିି ଯେ, ୪ସପ୍ତାହ ପରେ ଲକ୍ଡାଉନର୍ ପ୍ରଭାବ ଦେଖିବାକୁ ମିଳିବ । ସୁନ୍ଦରଗଡରେ ସଂକ୍ରମର ଅଧିକ ଥିଲେ ମଧ୍ୟ ହାର କମିବାରେ ଲାଗିଛି । ଲକ୍ଡାଉନ୍ କୋହଳ ହୋଇଥିବା ୩ ଜିଲ୍ଲାରେ ସଂକ୍ରମଣ ବଢିଲେ ପୁଣି କଟକଣା କଡା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।
ମହାମାରୀ ଶୃଙ୍ଖଳ ଭଙ୍ଗ କରିବା ପାଇଁ ରାଜ୍ୟରେ ଗତ ୫ ତାରିଖ ଠାରୁ ଲକ୍ଡାଉନ୍ ବଳବତର ରହିଛି । ଲକ୍ଡାଉନ୍ ଯୋଗୁଁ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୧୫ ତାରିଖ ବେଳକୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୮୩୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୬୫୫ ଏବଂ ସ୍ଥାନୀୟ ସଂକ୍ରମିତ ୩୬୫୮ ଜଣ ରହିଛନ୍ତି । ନୂଆକରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାହରୁ ସର୍ବାଧିକ ୯୭୪ ଜଣ ଥିବା ଜଣାଯାଇଛି । ସେହିଭଳି ଗୋଟିଏ ଦିନରେ ରାଜ୍ୟରେ ୩୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୦୫, ବାଲେଶ୍ୱର ୪୫୨, ବରଗଡ ୨୭୯, ଭଦ୍ରକ ୧୧୭, ବଲାଙ୍ଗୀର ୧୧୯, ବୌଦ୍ଧ ୨୦୯, କଟକ ୫୯୩, ଦେବଗଡ ୫୫, ଢେଙ୍କାନାଳ ୪୦୭, ଗଜପତି ୮୫, ଗଞ୍ଜାମ ଜିଲ୍ଲାରୁ ୧୨୯, ଜଗତସିଂହପୁର ଜିଲ୍ଲାରୁ ୨୮୦, ଯାଜପୁର ୩୫୪, ଝାରସୁୁଗୁଡା ୧୧୧, କଳାହାଣ୍ଡି ୧୬୨, କନ୍ଧମାଳ ୯୦, କେନ୍ଦ୍ରାପଡା ୩୩୧, କେନ୍ଦୁଝର ୧୮୦, କୋରାପୁଟ ୧୯୮, ମାଲକାନଗିରିରୁ ୧୦୩, ମୟୁରଭଞ୍ଜରୁ ୫୩୨, ନବରଙ୍ଗପୁର ୨୦୫, ନୟାଗଡ ୨୮୩, ନୂଆପଡା ୫୩, ପୁରୀ ୪୦୫, ରାୟଗଡା ୧୪୮, ସମ୍ବଲପୁର ୨୦୪, ସୋନପୁର ୧୨୩, ସୁନ୍ଦରଗଡ ୪୬୫ ଏବଂ ଷ୍ଟେଟପୁଲରୁ ୧୬୨ ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ଆଉ ୧୧୮୮୧ଜଣ ସୁସ୍ଥ ହୋଇଥିବା ବେଳେ ୯୧୬୬୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ୧୪ ଜିଲ୍ଲାରୁ ୩୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୁଳରୁ ସର୍ବାଧିକ ରହିଛନ୍ତି । ଅନୁଗୁଳରୁ ୫ ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କଟକ, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ଲେଖାଁଲ, ଦେବଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଲେଖାଁଏ ମୃତ୍ୟୁ ବରଣ କରିଥିବା ବେଳେ ନୟାଗଡ ଓ ନୂଆପଡା ଜିଲ୍ଳାରୁ ଜଣେ ଲେଖାଁଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୨ହଜାର ୭୫୪ରେ ପହଞ୍ଚିଛି ।