ମେ ୧ରେ ପହଂଚିବ ସ୍ପୁଟନିକ ଭି ଟିକା

ନୂଆଦିଲ୍ଲୀ: ମେ ୧ରେ ରୁଷ ନିମିତ କରୋନା ଟିକା ‘ସ୍ପଟନିକ ଭି’ ଭାରତ ପହଂଚିବ ବୋଲି ଡାଇରେକ୍ଟ ଇନଭେଷ୍ଟେମେଂଟ ଫଣ୍ଡର ପ୍ରମୁଖ କିରିଲ ଦିମିତ୍ରୈକ ଏହି ସୂଚନା ଦେଇଛନ୍ତି । ଏହାର ଦାମ ଭାରତରେ ୭୫୦ ଟଙ୍କା ପାଖାପାଖି ରହିପାରେ । ଯାହାକି କୋଭିଶିଲ୍ଡ ଠାରୁ ଅଧିକ ଦାମ୍ । କିନ୍ତୁ ସ୍ପୁଟନିକଭି ଟିକାର ସଫଳତା ହାର ୯୦% ଉପରେ ରହିଛି । ଯାହାକି କୋଭିଶିଲ୍ଡ ଠାରୁ ଅଧିକ । ସ୍ପୁଟନିକ ଟିକାକୁ ଲୋକ ଦେଶରେ ଆବଶ୍ୟକତା ଥିବା ଟିକାର ଚାହିଦାକୁ ପୂରଣ ବୋଲି ଆଶା ରହିଛି । ରୁଷିଆ ଭାରତକୁ ୮୫୦ ମିଲିୟନରୁ ଅଧିକ ଟିକା ଯୋଗାଇବା ପାଇଁ ପାଂଚଟି ପ୍ରମୁଖ ଭାରତୟ ଟିକା ଉତ୍ପାଦକଙ୍କ ସହ ଚୁକ୍ତିନାମା କରିଥିବା ସୂଚନା ରହିଛି । ସର୍ବଭାରତୀୟ ସ୍ତରରେ ଏହି ଟିକାକୁ ମନଟରିଂ କରୁଥିବା ଆରଡିଏଫ କହିଛି ଯେ ଗ୍ରୀଷ୍ମ ଋତୁ ସୁଦ୍ଧା ଭାରତରେ ଟିକା ଉତ୍ପାଦନ ୫୦ ମିଲିୟନ୍ ଡୋଜରେ ପହଂଚିବ । ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଟିକାକରଣକୁ ଜୋରଦାର କରିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଛନ୍ତି । ତେଣୁ କୋଭିଶିଲ୍ଡ, କୋଭାକ୍ସିନ ପରେ ସ୍ପୁଟନିକ ଭି ଟିକାକୁ ମଧ୍ୟ ଅନୁମତି ଦେଇଛନ୍ତି । ସେହିପରି ଗତ ସପ୍ତାହରେ ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Comments (0)
Add Comment