ମେ’ ୨୩ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ଓଡିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ ତାରିଖ ରବିବାର ୫ଟି ଜୋନ୍ରେ ହେବ । ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ଏହି ପରୀକ୍ଷା ହେବ । ଦୁଇଟି ସିଟିଂରେ ୨ଘଂଟା ଲେଖାଁଏ ପରୀକ୍ଷା ହେବ । ଜେନେରାଲ୍ ଷ୍ଟଡିଜ୍ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଜେନେରାଲ୍ ଷ୍ଟଡିଜ୍ ପେପର-୨ ପରୀକ୍ଷା ଅପରାହ୍ନ ସାଢେ ୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ । ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ବା ଆଡମିଶନ ସାର୍ଟିଫିକେଟ୍କୁ ଓଡିଶା ଲୋକାସେବା ଆୟୋଗଙ୍କ ୱେବସାଇଟରୁ ଡାଉନ୍ଲୋଡ୍ କରିପାରିବେ । ସୂଚନାଯୋଗ୍ୟ, ୩୯୨ଟି ପଦବୀ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

Comments (0)
Add Comment