ଯବାନଙ୍କୁ ହତ୍ୟାକଲେ ନକ୍ସଲ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିିଶଗଡର ବିଜାପୁର ଜିଲ୍ଲାର ପେଣ୍ଡୁମ୍ ଗାଁରେ ।
ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ବାଟରେ ତାଙ୍କୁ ନକ୍ସଲ୍ମାନେ ଅପହରଣ କରି ନେଇଥିବା ଜଣାପଡିଥିଲା । ନକ୍ସଲ ମାନେ ତାଙ୍କୁ ଆଜି ହତ୍ୟା କରିଛନ୍ତି । ସେମାନେ ମୃତ ଶରୀରକୁ କେଶକୁତୁଳ ଗାଁ ନିକଟରେ ଛାଡି ପଳାଇଥିଲେ ।
ସେହିପରି ଛତିଶଗଡର ସୁକମା ଜିଲ୍ଲାରେ ନକ୍ସଲ ଲଙ୍କାକାଣ୍ଡ ଭିଆଇଛନ୍ତି । ମୁରଲୀଗୁଡା ନିକଟରେ ରାସ୍ତା ନିର୍ମାଣକୁ ବିରୋଧ କରି ଠିକାଦାରଙ୍କ ଦୁଇଟି ଗାଡିକୁ ନକ୍ସଲ ଜାଳି ଦେଇଛନ୍ତି । ସେମାନେ ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜାଲି ଦେଇଛନ୍ତି ।
ନକ୍ସଲମାନେ ଗାଡି ପୋଡିବା ସହିତ ଘଟଣା ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ମାଡ ମାରିଥିଲେ ।
ସୂଚନାଯୋଗ୍ୟ ଯେ, ତିନି ଦିନ ତଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାତୀଗାଁ ନିକଟରେ ନକ୍ସଲମାନେ ରାସ୍ତା ଉପରେ ଗଛ ପକାଇବା ସହ ଗାତ ଖୋଳି ଦେଇଥିଲେ । ଏହା ବ୍ୟତୀତ ଏକ କେଟ୍ଲିରେ ବିଦ୍ୟୁତ୍ ତାର ସଂଯୋଗ କରି ରାସ୍ତା ଉପରେ ଦୁଇଟି ବ୍ୟାନର ଓ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଥିଲା । ଏହି ଗାଁଟି ଛତିଶଗଡ ସୀମାନ୍ତରେ ରହିଛି ।

Comments (0)
Add Comment