ରକ୍ତଭଣ୍ଡାର ଶାଖା ପକ୍ଷରୁ ୧୧୧ ୟୁନିଟ ରକ୍ତ ଦାନ

ଭୁବନେଶ୍ୱର: ଭସେନା ର ପ୍ରତିଷ୍ଠା ଦିବସ ଅବସରରେ ସେନା ପକ୍ଷରୁ ଆରମ୍ଭ କରାଯାଇଥିିବା ରକ୍ତଭଣ୍ଡାର ଶାଖା ପକ୍ଷରୁ ଅଦ୍ୟାବଧି ମୋଟ ୧୧୧ ୟୁନିଟ ରକ୍ତ ଭିଭିନ୍ନ ସମୟରେ ଅସହାୟ ରୋଗୀମାନଙ୍କୁ ଦାନ କରାଯାଇଥିବାର ଜଣାଯାଇଛି । ମୟୂରଞ୍ଜ ଜିଲ୍ଲା ବାରିପଦାର ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ଆସୁଥିବା ରୋଗୀ ମାନେ କେହି ରକ୍ତ ଅଭାବରୁ ନମରିବାର ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିିବା ଏହି ରକ୍ତଭଣ୍ଡାର ଶାଖା ତରଫରୁ ଜାନୁୟାରୀ ମାସରେ ୪ ୟୁନିଟ, ଫେବୃୟାରୀ ମାସରେ ୧୬ ୟୁନିଟ, ମାର୍ଚ୍ଚ ମାସରେ ୩୨ ୟୁନିଟ, ଏପ୍ରିଲ ମାସରେ ୨୭ ୟୁନିଟ, ମେ ମାସରେ ୧୦ ୟୁନିଟ, ଜୁନମାସରେ ୨୨ ୟୁନିଟ ଏହିଭଳି ମୋଟ ୧୧୧ ୟୁନିଟ ରକ୍ତ ଦାନ କରାଯାଇଥିବାର ସୂଚନା ମିଳିଛି । ମାର୍ଚ୍ଚ ମାସରୁ ଜୁନ ମାସ ମଧ୍ୟରେ ରାଜ୍ୟରେ କରୋନା ପ୍ରଭାବ ରହିଥିବା ସତ୍ୱେ ଭସେନା ରକ୍ତଭଣ୍ଡାରର ରକ୍ତଦାତା ମାନେ ନିଜ ଜୀବନକୁ ଖାତିର ନକରି କରୋନା ଯୋଦ୍ଧା ଭାବରେ ଅସହାୟ ରୋଗୀ ମାନଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଭସେନା ବିଗତ ୬ମାସ ଧରି ଯେଭଳି ଭାବରେ ରକ୍ତଦାନ କାର୍ଯ୍ୟକ୍ରମ ନିଜସ୍ୱ ପ୍ରଚେଷ୍ଟାରେ ଜାରୀ ରଖିଛି ତାହା ଆଗାମୀ ଦିନରେ ମଧ୍ୟ ଅଧିକରୁ ଅଧିକ ଭାବରେ ଜାରୀ ରହିବ ଏବଂ ଜିଲ୍ଲା ତଥା ବାହାରୁ ଆସୁଥିବା ରୋଗୀ ମାନଙ୍କୁୁ ସେମାନଙ୍କର ଦରକାର ସମୟରେ ରକ୍ତ ଦାନ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଭସେନାର କର୍ମକର୍ତା ମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Comments (0)
Add Comment