ରଥ-ପଥ ପ୍ରସ୍ତୁତ

ପୁରୀ,୨୨.୬ (ନି.ପ୍ର.): ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନି ରଥ ଏବେ ସିଂହଦ୍ୱାରରେ କାଳିଆ ସାଆଁନ୍ତଙ୍କ ଅପେକ୍ଷାରେ । ଆଜି ଆଶାଢ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ପରମ୍ପରା ଅନୁସାରେ ଶ୍ରୀ ମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପୋଲିସ ଓ ସେବାୟତ ତିନିରଥକୁ ସିଂହଦ୍ୱାରକୁ ଟାଣିନେଇଥିଲେ । ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ନନ୍ଦିଘୋଷରଥକୁ ସିଂହଦ୍ୱାରକୁ ଟାଣିଆଇଥିବା ବେଳେ ପରେ ଦେବି ସୁଭଦ୍ରାଙ୍କ ଦର୍ପଦଳ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରକୁ ଟାଣିଆଣିଥିଲେ । ବଡଦାଣ୍ଡରେ ରଥ-ପଥ ଏବେ ପ୍ରସ୍ତୁତ । ପବିତ୍ର ଆଷାଢ ପ୍ରତିପଦାରେ ତିନି ରଥରେ ବିଜେ ହୋଇଛି ଆଜ୍ଞାମାଳ । ପ୍ରଥମେ ତାଳଧ୍ୱଜ, ତା ପରେ, ନନ୍ଦିଘୋଷ ଓ ଶେଷରେ ଦେବଦଳନ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା । ପାରମ୍ପରିକ ସେବକ ମାନଙ୍କଦ୍ୱାରା ଏହି ନୀତି ସମାପିତ ହୋଇଛି । ତିନି ରଥକୁ ଉତର ମୁହାଁ କରି ରଖିଯିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ତିନି ରଥରେ ଠାକୁରଙ୍କୁ ବିଜେ କରି ରଥ ଟଣା ଆରମ୍ଭ କରାଯାଏ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପପକ୍ଷରୁ ନୀତି ଚୁଡାନ୍ତ ହୋଇଛି ।

Comments (0)
Add Comment