ରାଜଭବନରେ ଶପଥ ନେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ସୋମବାର ଶପଥ ଗ୍ରହଣ କରିଛନ୍ତି ।ରାଜଭବନ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଷ୍ଟିସ ମୁରଲୀଧରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ଉସôବରେ ଆଇନ ମନ୍ତ୍ରୀ , ବିରୋଧୀ ଦଳର ନେତା , ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନତର୍ଦ୍ଧଶକ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ , ସୁପ୍ରିମକୋର୍ଟ କଲିଜିୟମ୍ ଡିସେମ୍ବର ୧୪ ତରିଖରେ ଜଷ୍ଟିସ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସମେତ ୪ ମୁଖ୍ୟ ବିଚାରପତି ଓ ୫ଜଣ ବିଜାରତିଙ୍କ ବଦଳି ଏବଂ ନିଯୁକ୍ତି ନେଇ ସୁପାରିସ କରିଥିଲେ । ଏସଙ୍କ୍ରାନ୍ତ ବିଜ୍ଞପ୍ତି ୧୬ ତାରିଖରେ ପ୍ରକାଶ ପାଇଥିଲା ।

Comments (0)
Add Comment