ରାଜସ୍ଥାନ ମାମଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ବାଚସ୍ପତି ନିରପେକ୍ଷ କୋର୍ଟ ଆସିଲେ କାହିଁକି

ନୂଆଦିଲ୍ଲୀ: ରାଜସ୍ଥାନର ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜକରି ବିଧାନସଭା ବାଚସ୍ପତି ସିପି ଜୋସି ଦାୟ କରିଥିବା ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ତେବେ ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ସୋମବାର ଦିନ କରିବାକୁ ସର୍ବୋଚ ଅଦାଲତ ଦିବସ ଧାର୍ଯ୍ୟ କରିଛନ୍ତି । ଫଳରେ ସୁପ୍ରିମକୋର୍ଟ ରାୟ ବାଚସ୍ପତିଙ୍କ ପ୍ରତି ଏକ ଝଟକା ସଦୃର୍ଶ ହୋଇଛି ।
ସୂଚନାଯୋଗ୍ୟ ଯେ, ବାଚସ୍ପତିଙ୍କ ନୋଟିସକୁ ରାଜସ୍ଥାନ କଂଗ୍ରେସର ବିଦ୍ରୋହି ଗୋଷ୍ଠୀର ନେତା ସଚିନ ପାଇଲଟ ଓ ଅନ୍ୟ ୧୮ଜଣ ସମର୍ଥକ ବିଧାୟକ ଜୟପୁର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିବା ସହ ୨୪ତାରିଖ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ବାଚସ୍ପତିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ ହାଇକୋର୍ଟ ନିଦେ୍ର୍ଧଶକୁ ଚ୍ୟାଲେଞ୍ଜ କରି ବାଚସ୍ପତି ଶ୍ରୀ ଜୋସି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟର ବିଚାରପତି ଶ୍ରୀ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ପିଟିଶନର ଶୁଣାଣି କରି ଗଣତନ୍ତ୍ରରେ ବିରୋଦ୍ଧର ସୋରକୁ ଚପାଇଦିଆଯାଇ ପାରିବ ନାହିଁ ବୋଲି ମତ ଦେବା ସଙ୍ଗେ ସଙ୍ଗେ ହାଇକୋର୍ଟଙ୍କ ନିର୍ଦେଶ ଉପରେ ରହିତାଦେଶ ଦେବାକୁ ମନା କରିଦେଇଥିଲେ । ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ବାଚସ୍ପତି ଯଦି ନିରପେକ୍ଷ ତେବେ କାହିଁକି କୋର୍ଟକୁ ଆସିଲେ । ପ୍ରକାଶ ଥାଉକି ଆସନ୍ତା କାଲି ୨୪ତାରିଖ ଦିନ ଜୟପୁର ହାଇକୋର୍ଟ ପାଇଲଟଙ୍କ ପିଟିସନ ଉପରେ ରାୟ ଘୋଷଣା କରିବେ ।

Comments (0)
Add Comment