ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ତାଙ୍କ ଧର୍ମପତ୍ନୀ କରୋନା ପଜିଟିଭ

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ପଜିଟିଭ। ରାଜ୍ୟପାଳ ଓ ତାଙ୍କ ପତ୍ନୀ ଉଭୟ କରୋନା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ସୋମବାର ନିଜେ ରାଜ୍ୟପାଳ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ରାଜଭବନର ୪ଜଣ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ।  ରାଜ୍ୟପାଳଙ୍କ ଦୁଇଜଣ ଡାକ୍ତର କୋଭିଡ଼ ସଂକ୍ରମିତ ହୋଇଥିବାବେଳେ ବ୍ୟକ୍ତିଗତ ସଚିବ ଏବଂ ଏଡିସି(ସୁରକ୍ଷା ଅଧିକାରୀ) କରୋନା ସଂକ୍ରମିତ ହୋଇଥିଲେ।

Comments (0)
Add Comment