ରାଜ୍ୟରେ ଆଖି ବୁଜିଲେ ଆଉ ୮ ଆକ୍ରାନ୍ତ


ଭୁବନେଶ୍ୱର- ଆଜି ରାଜ୍ୟରେ ୮ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଖୋର୍ଦ୍ଧା, ରାୟଗଡା, ସୁନ୍ଦରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିିଭିନ୍ନ ରୋଗରେ ଆକ୍ରାନ୍ତ ଥିବାବେଳେ କରୋନାରେ ଏମାନଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୨୦୪ରେ ପଂହଚିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୭୫, ରାୟଗଡା ୨୮, ସୁନ୍ଦରଗଡ ୩୮, କୋରାପୁଟ ୪ । ଏତଦବ୍ୟତିତି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୬ରେ ପଂହଚିଛି ।

Comments (0)
Add Comment