ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ୧୪ଟି ଜିଲ୍ଳାରୁ ଆସିଛି ଏହି ମୃତ୍ୟୁ ଖବର । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଅଛନ୍ତି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି ।
ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ଜଣ ଅଛନ୍ତି । ଅନୁଗୋଳ, ଭଦ୍ରକ, କଟକ ଓ ସୁନ୍ଦରଗଡ ଜିଲ୍ଲାରୁ ୨ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ସେହିପରି ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ନୂଆପଡା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଁଏଙ୍କ ମୃତ୍ୟୁ ଘଟିଛି ।
୪ଜଣଙ୍କ ମୃତ୍ୟୁ ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଅନୁଗୋଳରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ଭଦ୍ରକରେ ୩୧, କଟକରେ ୧୫୦ ଓ ସୁନ୍ଦରଗଡରେ ୨୦୭ ହୋଇଛି ।
ଢେଙ୍କାନାଳ ଜିଲ୍ଲାରେ ଏଯାବତ୍ କରୋନାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୬୩, ଜଗତସିଂହପୁରରେ ୪୦, ଯାଜପୁରରେ ୨୭, କେନ୍ଦ୍ରାପଡାରେ ୩୦, କେନ୍ଦୁଝରରେ ୪୬, ଖୋର୍ଦ୍ଧାରେ ୩୮୩, ନୂଆପଡାରେ ୩୬ ଓ ପୁରୀ ଜିଲ୍ଲାରେ ୧୩୧ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏଯାବତ୍ ଖୋର୍ଦ୍ଧା ଜିଲ୍ଲାହରୁ ଅଧିକ ସଂଖ୍ୟକ କରେନ।। ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ରାଜ୍ୟରେ ୧୧,୮୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ହଜାର ୧୯୪ ।
ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୯୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦, କଟକରୁ ହଜାରେ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲାରୁ ୫୬୦, ବାଲେଶ୍ୱରରୁ ୨୬୦, ବରଗଡରୁ ୪୨୮, ଭଦ୍ରକରୁ ୮୩, ବୌଦ୍ଧରୁ ୧୭୮, ଦେବଗଡରୁ ୧୧୫, ଢେଙ୍କାନାଳରୁ ୧୭୭, ଗଜପତିରୁ ୧୦୫, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୩୦୩, କନ୍ଧମାଳରୁ ୯୨, କେନ୍ଦ୍ରାପଡାରୁ ୧୪୫, କେନ୍ଦୁଝରରୁ ୨୩୧, କୋରାପୁଟରୁ ୧୨୨, ମାଲକାନଗିରିରୁ ୭୦, ମୟୁରଭଞ୍ଜରୁ ୧୭୫, ନୟାଗଡରୁ ୨୦୪, ନୂଆପଡାରୁ ୨୮୬, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୦୨, ରାୟଗଡାରୁ ୧୩୮ ଓ ସୋନପୁରରୁ ୨୧୦ ଜଣ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ଷ୍ଟେଟ୍ ପୁଲ୍ରୁ ୩୦୧ ଜଣ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ ହଜାର ୬୫୮ ଜଣ । ଏବେବି ୯୦ ହଜାର ୩୩୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ପୁଣି ୨୧ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।