ଭୁବନେଶ୍ୱର-  ଗତ ୨୪ଘଂଟାରେ  ୧୧ ଜଣଙ୍କ ଜୀବନ ନେଇଛି  ମହାମାରୀ କରୋନା  ।  ଏହାକୁ ମିଶାଇ  ମୋଟ ମୃତ୍ୟୁ ସଂଖ୍ୟା ୬୧୬ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା  ୧୧ ଆକ୍ରାନ୍ତଙ୍କ ମଧ୍ୟରୁ  କଟକରୁ ୩, ଖୋର୍ଦ୍ଧା ୨, ବଲାଙ୍ଗିର, ଯାଜପୁର, କନ୍ଧମାଳ, ନୟାଗଡ, ରାୟଗଡା, କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ଖୋର୍ଦ୍ଧାରୁ ମୃତ୍ୟୁ ବରଣ କରିଥିବା  ଆକ୍ରାନ୍ତ ଦ୍ୱୟ ଭୁବନେଶ୍ୱରର । ସେମାନଙ୍କ ବୟସ ଯଥାକ୍ରମେ ୩୦ ଓ ୮୨ ରହିଛି ।  ୩୦ ବର୍ଷୀୟ ଯୁବକ ପୂର୍ବରୁ  ମଧୁମେହ ଓ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତଥିବା ବେଳେ ୮୨ ବର୍ଷୀୟ ବୃନ୍ଧଙ୍କ  କରୋନାରେ  ମୃତ୍ୟୁ ହୋଇଛି । କଟକରୁ ପ୍ରାଣ ହରାଇଥିବା  ୩ ଜଣ ଆକ୍ରାନ୍ତଙ୍କ  ବୟସ ଯଥାକ୍ରମେ ୬୬, ୮୮ ଓ ୪୫ ରହିଛି । ପୂର୍ବରୁ ଏମାନେ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ବଲାଙ୍ଗିରର ୭୦ ବର୍ଷୀୟ ବୃଦ୍ଧ ମଧୁମେହ  ରୋଗରେ ଆକ୍ରାନ୍ତ ଥିଲେ । ଯାଜପୁରର  ୪୮ ବର୍ଷୀୟ ଯବୁକ  କିଡୀନ ରେଗାରେ ଆକ୍ରାନ୍ତ ଥିଲେ । କଳାହାଣ୍ଡିର ୬୪  ବର୍ଷୀୟ ବୃଦ୍ଧା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ । କେନ୍ଦୁଝରର ୭୫ ବର୍ଷୀୟ ବୃଦ୍ଧା ପୂର୍ବରୁ ବିଭିନ୍ନ ରେଗାରେ  ଆକ୍ରାନ୍ତ ଥିଲା । ନୟାଗଡର ୫୬ ବର୍ଷୀୟ ଯବୁକ  ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ଓ ରାୟଗଡର ୬୩ ବର୍ଷୀୟ ବୃଦ୍ଧା ପୂର୍ବରୁ  ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ ।