ରାଜ୍ୟରେ କମୁଛି ସଂକ୍ରମଣ :ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୌନ ଦିନ ମୃତ୍ୟୁ ଥମିବାର ନାଁ ଧରୁନାହିଁ । ଦୌନିକ ମୃତକ ସଂଖ୍ୟା ଏବେ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ହୋଇଛି । ଅନ୍ୟପକ୍ଷରେ ସଂକ୍ରମଣ ହାର ୫.୫% ମଧ୍ୟରେ ସିମିତ ଥିବା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ୪୦ରୁ ୪୫ମଧ୍ୟରେ ରହିଛି । ରାଜ୍ୟରେ ଆଜି ଦିନକରେ ୪୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଅନ୍ୟପକ୍ଷରେ ଆଜି ଦିନକରେ ଅନୁଗୁଳରୁ ୧୩୮ ଜଣ, ବାଲେଶ୍ୱରରୁ ୨୬୧ ଜଣ, ବରଗଡ଼ରୁ ୫୨ ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରରୁ ୪୦ ଜଣ, ବୌଦ୍ଧରୁ ୩୧ ଜଣ, କଟକରୁ ୩୯୬ ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୮ ଜଣ, ଯାଜପୁରରୁ ୨୮୫ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳରୁ ୪୧ ଜଣ, କେନ୍ଦ୍ରାପଡ଼ାରୁ ୧୧୧ ଜଣ, କେଉଁଝରରୁ ୪୭ ଜଣ, କୋରାପୁଟରୁ ୭୨ ଜଣ, ମାଲକାନଗିରିରୁ ୩୮ ଜଣ, ମୟୁରଭଞ୍ଜରୁ ୧୬୨ ଜଣ, ନବରଙ୍ଗପୁରରୁ ୬୦ ଜଣ, ନୟାଗଡ଼ରୁ ୧୪୨ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୨୧୭ ଜଣ, ରାୟଗଡ଼ାରୁ ୯୪ ଜଣ, ସମ୍ୱଲପୁରରୁ ୩୨ଜଣ, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟ ପୁଲରୁ ୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର‌୍ୟ୍ୟନ୍ତ ରାଜ୍ୟରେ ୮୭୩୯୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୮୨୯୮୫୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୪୦୪୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ୬୨୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନୁଗୁଳ ଜିଲାରୁ ଦୁଇଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଦେବଗଡ ଜିଲାରୁ ଜଣେ, ବରଗଡରୁ ୨, ଭୁବନେଶ୍ୱରରୁ ୪ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ କଟକରୁ ୪ଜଣ, ଝାରସୁଗୁଡା ଜିଲାରୁ ୪ଜଣ, କଳାହାଣ୍ଡି ଜିଲାରୁ ଜଣେ, କେନ୍ଦ୍ରାପଡା ଜିଲାରୁ ୩ଜଣ, ଖୋର୍ଦ୍ଧା ଜିଲାରୁ ୨ଜଣ, କୋରାପୁଟରୁ ୩, ମାଲକାନଗିରି ୨, ମୟୁରଭଞ୍ଜ ୨, ନୂଆପଡା ୨, ପୁରୀ ଜିଲାରୁ ୪ଜଣ, ରାୟଗଡା, ସୋନପୁରରୁ ଜଣେ ଲେଖାଏଁ ଏବଂ ସୁନ୍ଦରଗଡ ଜିଲାରୁ ୪ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି ।

Comments (0)
Add Comment