ରାଜ୍ୟରେ ଗୋଟିଏ ଦିନରେ ୩ ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ୱର- ରାଜ୍ୟରେ ଆଜି ଗୋଟିଏ ଦିନରେ ୩,୩୭୧ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୫୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୧୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୪୭ ରହିଥିବା ବେଳେ କଟକରୁ ୩୫୭ ରହିଛନ୍ତି । ସେହିପରି ଭଦ୍ରକ ୧୧୪, ଅନୁଗୁଳ ୬୩, ବରଗଡ ୯୮, ବଲାଙ୍ଗିର ୭୬, ବୈଦ୍ଧ ୪, ଦେଓଗଡ ୮, ଢେଙ୍କାନାଳ ୬୭, ଗଜପତି ୪୧, ଗଞ୍ଜାମ ୧୯୬, ଜଗତସିଂହପୁର ୯୫, ଯାଜପୁର ୧୭୩, ଝାରସୁଗୁଡା ୯୩, କଳାହାଣ୍ଡି ୨୮, କନ୍ଧମାଳ ୪୧, କେନ୍ଦ୍ରାପଡା ୭୬, କେନ୍ଦୁଝର ୭୪, କୋରାପୁଟ ୯୧, ମାଲକାନାଗିରି ୧୩୪, ମୟୂରଭଞ୍ଜ ୯୨, ନବରଙ୍ଗପୁର ୬୫, ନୟାଗଡ ୧୭୧, ନୂଆପଡା ୧୫, ପୁରୀ ୧୪୪, ରାୟଗଡା ୧୪୬, ସମ୍ବଲପୁର ୧୦୭, ସୋନପୁର ୩, ସୁନ୍ଦରଗ ଡ ୧୫୪ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨ ରହିଥିବା ବେଳେ ୫୯୪୭୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ବର୍ତମାନ ପର୍ଯ୍ୟନ୍ତ ୨୭୬୩୮ ବିଭିନ୍ନ ମୋଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Comments (0)
Add Comment