ରାଜ୍ୟରେ ଜଣେ ଡେଲ୍ଟା ପ୍ଲସ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମହାମରୀ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଆଜି ଜଣେ ଡଲ୍ଟା ପ୍ଲସ୍ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟା ଅପରିବର୍ତିତ ରହିଛି । ଆଜି ଦିନକରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨,୯୧୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୧୮ଟି ଜିଲ୍ଲାରେ ସଂକ୍ରମଣ ୫% ତଳେ ଥିବା ବେଳେ ୨୦ ଟି ଜିଲ୍ଲାରେ ୧ହଜାର ତଳେ ହରିଛି ସକ୍ରିୟ ମାମଲା । ଆଜି ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଆଜି ୯ଜଣଙ୍କର ମୃତ୍ୟୁ ଘଟିଛି ।
ସେହିପରି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୮, କଟକରୁ ୩୮୨, ଦେବଗଡରୁ ୪, ଢେଙ୍କାନାଳରୁ ୪୨, ଗଜପତିରୁ ୧୩, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୭୧, କେଉଁଝରରୁ ୭୦, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡରୁ ୧୪୦, ନୂଆପଡାରୁ ୮, ପୁରୀରୁ ୧୬୧, ରାୟଗଡାରୁ ୫୨, ସମ୍ୱଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡରୁ ୭୧, ଷ୍ଟେଟ ପୁଲରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୫୬ ହଜାର ୪୯୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୩୩ ହଜାର ୧୫୬ଟି ସକ୍ରିୟ ମାମଲା ରହିଛି ।
ଅନୁଗୁଳ ଜିଲାରୁ ୩, ବଲାଙ୍ଗୀର ୨, ବାଲେଶ୍ୱର ୨, ବରଗଡ ୫, ଭଦ୍ରକ ୨ ଏବଂ ବଉଦ ଜିଲାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି କଟକ ଜିଲାରୁ ୫, ଗଞ୍ଜାମରୁ ଜଣେ, ନୟାଗଡରୁ ୫, ପୁରୀ ୨ ଏବଂ ସୁନ୍ଦରଗଡରୁ ୨ ଜଣଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment