ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨% ତଳେ

* କେବଳ ଖୋର୍ଦ୍ଧାରେ ୩% ଉପରେ
* ୧୫ଶହ ତଳକୁ ଖସିଲା କରୋନା
* ପୁଣି ୬୪ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂକ୍ରମଣ କିନ୍ତୁ କମୁନାହିଁ । ଆଜି ଦିନକରେ ରାଜ୍ୟରେ ପୁଣି ୬୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସଂକ୍ରମଣ ୧୫ଶହ ତଳେ ରହିଛି । ଆଜି ଦିନକରେ ୧୪୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାହରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଏବେ ୨% ତଳେ ତଥା ୧.୯୨% ରହିଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ୩% ଉପରେ ରହିଥିବା କୁହାଯାଇଛି । ଦେଶର ସର୍ବାଧିକ ପ୍ରଭାବିତ ୧୦ଟି ରାଜ୍ୟ ମଧ୍ୟରେ ଓଡିଶା ଏବେ ଭଲ ସ୍ଥିତିରେ ରହିଥିବା କୁହାଯାଇଛି । ମହାମାରୀର ନିୟନ୍ତ୍ରଣ ପାଇଁ ଚଳିତ ମାସରେ ଦୈନିକ ୬୦ହଜାର ପରୀକ୍ଷା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ତେବେ ଆଜି ଆଉ ୬୪ଜଣଙ୍କର ମୃତ୍ୟୁ ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୬୬କୁ ବୃଦ୍ଧି ପାଇଛି ।
କଟକ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ସର୍ବାଧିକ ଥିବା ୮ ଜଣ ଲେଖାଏଁ ମୃତ୍ୟୁ ଘଟିଥିଲା ବେଳେ ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪, ଢେଙ୍କାନାଳ, ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଁଏ, ବାଲେଶ୍ୱର, ବରଗଡ଼, ଅନୁଗୁଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ୨ ଜଣ ଲେଖାଏଁ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୦୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୭ ଜଣ, ବାଲେଶ୍ୱରରୁ ୬୪ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୭ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୨, କଟକରୁ ୧୯୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୮୬ ଜଣ, ଯାଜପୁରରୁ ୬୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କଳାହାଣ୍ଡିରୁ ୬ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୪୧ ଜଣ, କେଉଁଝରରୁ ୧୯ ଜଣ, ଖୋର୍ଦ୍ଧାରୁ ୪୦୯ ଜଣ, କୋରାପୁଟରୁ ୫ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୪୦ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୩୬ ଜଣ, ପୁରୀରୁ ୧୪୬ ଜଣ, ରାୟଗଡ଼ାରୁ ୧୧ ଜଣ, ସମ୍ୱଲପୁରରୁ ୧୫ ଜଣ, ସୋନପୁରରୁ ୧୩, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟ ପୁଲରୁ ୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯, ୭୮, ୭୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯, ୫୬, ୮୨୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୫, ୮୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି

Comments (0)
Add Comment