ଭୁବନେଶ୍ୱର- ରାଜ୍ୟରେ ଦୈନକ ୫୦ ହଜାର କରୋନା ଟେଷ୍ଟ କରାଯାଉଛି । ଗତ ୨୪ ଘଂଟାରେ ୫୩,୦୧୫ କରୋନା ପରୀକ୍ଷା କରାଯାଇଛି । ଆରଟିପିସିଆର ୫୦୬୮, ଆଂଟିଜେନ ୪୭୮୩୪ ଓ ଟ୍ରୁନଟ୍ ଟେଷ୍ଟ ୧୧୩ ରହିଛି । ଗଞ୍ଜାମରେ ସର୍ବାଧିକ ୫୩୫୪ ଟେଷ୍ଟ କରାଯାଇଥିବା ବେଳେ ବାଲେଶ୍ୱରରେ ୪୩୧୦ ଓ ସୁନ୍ଦରଗଡରେ ୩୧୩୭ ଟେଷ୍ଟ କରାଯାଇଥିଲା ।