ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅଣୟାତ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୬୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୨୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଗଞ୍ଜାମ ଓ ଖୋର୍ଦ୍ଧ ଜିଲ୍ଲାରେ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭୪ ରହିଛି । ଅନୁଗୁଳ ୧୬, ବାଲେଶ୍ୱର ୭୩, ବରଗଡ ୭, ଭଦ୍ରକ ୨, ବଲାଙ୍ଗିର ୪୩, ବୈଦ୍ଧ ୭, କଟକ ୯୮, ଢେଙ୍କାନାଳ ୩୬, ଗଜପତି ୩୫, ଜଗତସିଂପୁର ୨୧, ଯାଜପୁର ୩୬, ଝରସୁଗୁଡା ୨, କଳାହାଣ୍ଡି ୩୦, କନ୍ଧମାଳ ୫୨, କେନ୍ଦ୍ରାପଡା ୧୪, କେନ୍ଦୁଝର ୩, କେରାପୁଟ ୫୦, ମାଲକାନାଗିରି ୨୭, ମୟୂରଭଞ୍ଜ ୩୯, ନବରଙ୍ଗପୁର ୫, ନୟାଗଡ ୪୦, ନୂଆପଡା ୧, ପୁରୀ ୯୨, ରାୟଗଡା ୧୩୬, ସମ୍ବଲପୁର ୧୧୨, ସୁନ୍ଦରଗଡ ୧୧୮ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧୯୩ ରହିଥିବା ବେଳେ ୨୮୬୯୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତନମାନ ମୋଟ ସକ୍ରିୟ ସଂଖ୍ୟା ୪୪୧୯୩ ରହିଛି ।