ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି ଥିବା ବେଳେ ପଜିଟିଭିଟି ହାର ହାତ୍ସପାଇଛି । ଏବେ ପଜିଟିଭିଟ ହାର ୧୪% ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୪୨ ରହିଛନ୍ତି । ଦିନକରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୫୩୪୩ ଏବଂ ସ୍ଥାନୀୟ ସଂକ୍ରମିତ ୪୧୯୮ ରହିଥିବା ଜଣାଯାଇଛି ।
ରାଜ୍ୟରେ ଅନୁଗୁଳ ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ୫୬୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ବାଲେଶ୍ୱର ୩୦୨, ବରଗଡ ୨୮୪, ଭଦ୍ରକ ୪୬୪, ବଲାଙ୍ଗୀର ୧୦୧, ବୌଦ୍ଧ ୧୭୭, କଟକ ୭୧୬, ଦେବଗଡ ୬୧, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଜଗତସିଂହପୁର ୨୯୯, ଯାଜପୁର ୪୮୯ ଏବଂ ଝାରସୁଗୁଡାରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି କଳାହାଣ୍ଡିରୁ ୩୧୫, କନ୍ଧମାଳ ୧୦୭, କେନ୍ଦ୍ରାପଡା ୧୧୪, କେନ୍ଦୁଝର ୧୭୭, କୋରାପୁଟ ୨୧୫, ମାଲକାନଗିରି ୧୨୩, ମୟୁରଭଞ୍ଜ ୬୯୫, ନବରଙ୍ଗପୁର ୨୫୪, ନୟାଗଡ ୨୩୦, ନୂଆପଡା ୪୦, ପୁରୀ ୫୨୮, ରାୟଗଡା ୧୬୪, ସମ୍ବଲପୁର ୨୨୯, ସୋନପୁର ୨୪୫, ସୁନ୍ଦରଗଡ ୫୯୫, ଏବଂ ଷ୍ଟେଟପୁଲରୁ ୨୨୭ ଜଣଙ୍କୁ ଚିହ୍ନଟ କରାଯାଇଛି ।
ରାଜ୍ୟରେ ଆଉ ୧୧୫୧୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଇତିମଧ୍ୟରେ ମୋଟ୍ ୧୧୭୧୧୪୫୯ ନମୁନା ପରୀକ୍ଷା କରାଯାଇଚି । ସେଥିମଧ୍ୟରୁ ୭୫୬୬୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହି ସଂକ୍ରମିତଙ୍କ ମଧ୍ୟରୁ ମୋଟ୍ ୬୫୮୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ସଂପ୍ରତି ୯୫୨୬୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ଜଣାଯ।।ଇଛି ।
ରାଜ୍ୟରେ ଆଉ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଚି । ଆଜି ମୋଟ୍ ୧୩ଟି ଜିଲ୍ଳାରୁ ଏହି କରୋନା ସଂକ୍ରମିତମାନଙ୍କ ମୃତ୍ୟୁ ଘଟିଛି । ଏଥିମଧ୍ୟରୁ ଅନୁଗୁଳ ଜିଲ୍ଳାରୁ ସର୍ବାଧିକ ୫ଜଣଙ୍କର ପ୍ରାଣହାନି ଘଟିଛି । ଅପରପକ୍ଷରେ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୩ଜଣ ଲେଖାଁଏ ପ୍ରାଣ ହରାଇଛନ୍ତି । ଏଣେ କଟକ, ଦେବଗଡ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଳାରୁ ୨ଜଣ ଲେଖାଁଏ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ତେବେ କରୋପୁଟ, ଗଞ୍ଜାମ, ମାଲକାନଗିରି ଓ ରାୟଗଡାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।