ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ ବୋଲି ଡ୍ରଗ୍ସ କଂଟ୍ରୋଲର ଅନ୍ନଦା ଶଙ୍କର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, କେନ୍ଦ୍ରସରକାର ନିଜେ ଏହାର ବିତରଣ କରୁଛନ୍ତି । ଏହାର ବହୁତ ଆବଶ୍ୟକତା ରହୁଛି । ଏପି୍ରଲ ୨୧ରୁ ୩୦ତାରିଖ ଯାଏଁ ଆମକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହିଛି । ପ୍ରତିଦିନ କିଛି କିଛି ରେମଡିସିଭର ଆସୁଛି । ଗତକାଲି ରାଜ୍ୟରେ ରେମଡେସିଭର ୨ହଜାର ଭାଏଲ ଆବଶ୍ୟକତା ଥିଲା । ହେଲେ ଗତକାଲି ମାତ୍ର ୯୨ଭାଏଲ ମିଳିଛି । ଆମେ କେବଳ ଘରୋଇ ହସ୍ପିଟାଲକୁ ଦେଉଛୁ । ସରକାରୀ ହସ୍ପିଟାଲକୁ ରାଜ୍ୟ ଔଷଧ ନିଗମ ଦେବ । ହେଲେ ଘରୋଇ ମେଡିସିନ ଦୋକାନ ଏହା ରଖି ପରିବେ ନାହିଁ । ତେବେ ରାଜ୍ୟରେ ‘ାବିପ୍ଲୁର ଅଭାବ ନାହିଁ । ରାଜ୍ୟରେ ଚିହ୍ନଟ ହୋଇଥିବା ଘରୋଇ ମେଡିସିନ ଦୋକାନରେ ମିଳିପାରିବ । ରାଜ୍ୟରେ ‘ାବିପ୍ଲୁ ବିକିବାକୁ ୧୧୨୦ ଦୋକାନ ଚିହ୍ନଟ ହୋଇଛି । ସେହିପରି ଭୁବନେଶ୍ୱରରେ ୪୦ଟି ଦୋକାନ ଚିହ୍ନଟ ହୋଇଛି ।