ଭୁବନେଶ୍ୱାର- ରାଜ୍ୟରେ ଆଜି ପୁଣି ୧୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଖୋର୍ଦ୍ଧା ୨, ପୁରୀ, ରାୟଗଡା, ସମ୍ବଲପୁର, ଜଗତସଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଳ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବହୁ ରୋଗରେ ଆକ୍ରାନ୍ତ ଥିବା ବେଳେ କୋଭିଡ ହସ୍ପିଟାଲରେ ଏମାନଙ୍କ ମୃତ୍ୟ ହୋଇଛି । ରାଜ୍ୟରେ କରୋନା ମୃତ୍ୟ ସଂଖ୍ୟା ୫୧୪କୁ ବୃଦ୍ଧି ।