ରାଜ୍ୟରେ ୧୨ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମଣଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଦିନକରେ ପୁଣି ୧୨,୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୬୯୧୪ ଜଣ ସଙ୍ଗରୋଧରୁ ଓ ୫୩୨୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୯ଜଣ ମୃତ୍ୟୁ ବରଣ କରିଛନ୍ତି ।
ରାଜ୍ୟର ୨୨ଟି ଜିଲ୍ଲାରେ ସଂକ୍ରମଣ ୩ଅଙ୍କ ଉପରେ ଥିବା ବେଳେ ୨ଟି ଜିଲ୍ଲା ତଥା ସୁନ୍ଦରଗଡ ଓ ଖୋଦ୍ଧା ୪ଅଙ୍କ ଉପରେ ରହିଛି । ସୁନ୍ଦରଗଡରେ ସର୍ବାଧିକ ୨୦୭୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୮୨୮ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି କଟକରେ ୯୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ୪୮୦, ବାଲେଶ୍ୱର ୪୩୭, ବରଗଡରେ ୪୭୫, ଭଦ୍ରକରେ ୩୮୧, ବଲାଙ୍ଗୀର ଜିଲ୍ଲାରେ ୨୬୦ ବୌଦ୍ଧରେ ୧୨୮, ଦେବଗଡରେ ୬୦, ଢେଙ୍କାନାଳରେ ୧୪୨, ଗଜପତିରେ ୯୧, ଜଗତସିଂହପୁରରେ ୧୬୮, କନ୍ଧମାଳରେ ୬୯, କେନ୍ଦ୍ରାପଡାରେ ୧୯୨, କେନ୍ଦୁଝରରେ ୧୭୯, କୋରାପୁଟରେ ୧୩୦, ମାଲକାନଗିରିରେ ୬୦, ମୟୁରଭଞ୍ଜରେ ୨୫୭, ନବରଙ୍ଗପୁରରେ ୨୮୨, ନୟାଗଡରେ ୧୯୪, ନୂଆପଡାରେ ୨୯୦, ରାୟଗଡାରେ ୨୦୧, ସୋନପୁରରେ ୧୫୯ ଜଣ, ଗଞ୍ଜାମରେ ୩୧୨, ଯାଜପୁରରେ ୩୧୮, ଝାରସୁଗୁଡାରେ ୩୦୬, ପୁରୀରେ ୩୬୯, କଳାହାଣ୍ଡିରେ ୫୮୦ ଓ ସମ୍ବଲପୁରରେ ୫୪୪, ଷ୍ଟେଟ୍ ପୋଲ୍‌ରୁ ୩୫୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ୫୦ ହଜାର ୭୯୯ ନମୁନା ପରୀକ୍ଷା ହୋଇଛି । ସେହିଭଳି ଗତ ୨୪ ଘଂଟାରେ ୧୯ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୨ ହଜାର ୪୦୦ରେ ପହଞ୍ଚିଛି । ଏଥିମଧ୍ୟରୁ ୪,୨୩୨୫୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୮୬୯୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟରେ ଆଜି ଆଉ ୧୯ଜଣ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେହିପରି ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃ୍‌ତ୍ୟୁ ଘଟିଛି । ସେହିପରି ଅନୁଗୋଳ, ବଲାଙ୍ଗୀର, କଟକ, ଦେବଗଡ, ଗଜପତି, ଝାରସୁଗୁଡା ଓ କଳାହାଣ୍ଡିରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

Comments (0)
Add Comment