ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ୱର: ରାଜ୍ୟରେ ୧୬୦୦ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡିଛି ବୋଲି ଆଜି ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତରରେ ଆଜି ରାଜ୍ୟରେ ଥିବା ବିଜ୍ଞାନାଗାର ବାବଦରେ ବିସ୍ତୃତ ତଥ୍ୟ ମନ୍ତ୍ରୀ ଦେଇଛନ୍ତିି ।
ସ୍କୁଲମାନଙ୍କରେ ବିଜ୍ଞାନାଗାର ଖୋଲିବା ପାଇଁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ଜରିଆରେ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ବିଜ୍ଞାନାଗାର ନିର୍ମାଣ ପାଇଁ ୫୨୦ କୋଟି ଏବଂ ବିଜ୍ଞାନ ଉପକରଣ ପାଇଁ ୩୫୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
୨୫୬୨ ହାଇସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଇଛି । ମୋ ସ୍କୁଲ ଯୋଜନାରେ ୪୨୯ଟି ବିଜ୍ଞାନାଗାର ନିର୍ମାଣ କରିବାକୁ ଯୋଜନା ରହିଛି । ୧୦୦ଟି ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନାଗାର ଅଛି । ସିଏସ୍ଆର ଫଣ୍ଡରେ ୮୧୯ ସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଉଛି । ପୋଷ୍ୟ ସ୍କୁଲ ଜରିଆରେ ୧୦୦ଟି ହାଇସ୍କୁଲରେ ବିଜ୍ଞାନାଗାର ନିର୍ମାଣ କରାଯାଉଛି । ୧୦୦ଟି ଉକôର୍ଷ ବିଦ୍ୟାଳୟରେ ବିଜ୍ଞାନାଗାର ପ୍ରତିÂା କରାଯାଉଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

Comments (0)
Add Comment