ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଗତକାଲି ଦୈନିକ ସଂକ୍ରମଣ ୧୬୨୨ ଥିବା ବେଳେ ଆଜି ବୃଦ୍ଧି ପାଇ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍ରୁ ଏବଂ ୭୧୫ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି କରୋନାରେ ୬୯ ଜଣଙ୍କ ଆଜି ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯ ଯାଜପୁରରୁ ୮୫, ମୟୂରଭଞ୍ଜରୁ ୬୨ ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ରୁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫ କଳାହାଣ୍ଡିରୁ ୧୨ ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୧୦ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାବାଦ ଦେବଗଡ଼଼ରୁ ୯, କନ୍ଧମାଳରୁ- ୮ ଆକ୍ରାନ୍ତ , ଝାରସୁଗୁଡ଼ା ଓ କୋରାପୁଟରୁ ୫ ଲେଖାଏ, ବୌଦ୍ଧ, ମାଲକାନଗିରିରୁ ୪ ଲେଖାଏ , ବଲାଙ୍ଗିର, ଗଜପତି, ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ ଓ ଷ୍ଟେଟପୁଲରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମଅତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୩, ବରଗଡ଼, ପୁରୀ, ସମ୍ବଲପୁରରୁ ୪ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି, ବଳାଙ୍ଗିରରୁ ୨, କଟକ, ଭଦ୍ରକ, ଜଗତସିଂହପୁର,ନୟାଗଡ଼, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖା ଆକ୍ରାନ୍ତ ଆଖି ବୁଜିଛନ୍ତି ।
ଏଥିସହ ଖୋର୍ଦ୍ଧାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୨୧ରେ ପହଞ୍ଚିଥିବା ବେଳେ, ଅନୁଗୋଳରେ ୨୪୪ , ବରଗଡ଼ରେ ୨୭୭ , ଭଦ୍ରକରେ ୬୫ , ବଳାଙ୍ଗିରରେ ୯୬ , କଟକରେ ୩୨୨, ଢେଙ୍କାନାଳରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି ।