ଭୁବନେଶ୍ୱର: ରାଜ୍ୟରେ ୧୭୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରାଂଟାଇନ୍ରୁ ୧୦୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨୬ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୨୬୮ ଜଣଙ୍କ ଚିହ୍ନଟ କରାଯାଇଥିବା ବେଳେ ଖୋର୍ଦ୍ଧାରେ ୨୦୪ଜଣ, ବାଲେଶ୍ୱର ୧୫୮, ସମ୍ବଲପୁରରେ ୨୨୧, କଳାହାଣ୍ଡିରୁ ୧୧୪, କଟକରୁ ୫୮, ଝାରସୁଗୁଡା ୪୩, ଯାଜପୁର ୩୮, ପୁରୀରୁ ୫୪, କେନ୍ଦୁଝରରୁ ୫୩, ଅନୁଗୁଳରୁ ୪୩, ମୟୁରଭଞ୍ଜରୁ ୩୯, ଷ୍ଟେଟପୁଲରୁ ୪୬ ଜଣ କୋଭିଡ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । କରୋନାରେ ମୃତୁ୍ୟ ଘଟିଥିବା ଦୁଇଜଣ ନୂଆପଡା ଜିଲ୍ଳାର ବୋଲି ଜଣାଯାଇଛି । ଏଥିସହିତ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୨୮କୁ ବୃଦ୍ଧି ପାଇଛି । ତାହାସହିତ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୫୧,୩୦୨କୁ ବୃଦ୍ଧିପାଇଛି । ସେମାନଙ୍କ ମଧ୍ୟରୁ ୩,୪୦,୦୬୨ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୨୫୯ ରହିଛି ।