ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ହସ୍ପିଟାଲ୍ ପରିସରରେ ପ୍ରବଳ ଭିଡ ଲକ୍ଷ କରାଯାଇଥିଲା । ସକାଳ ୮ଟାରୁୁ ଟିକାକରଣ ଆରମ୍ଭ ହୋଇଥିବାରୁ ଲୋକଙ୍କ ଲମ୍ବାଧାଡି ଲାଗିଥିଲା । ରାଜଧାନୀର ପ୍ରାୟ ୩୦ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା ଜଣାଯାଇଛି ।
ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଓ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରଣ କରାଯାଇଛି । ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ୪୫ ବର୍ଷରୁ ଅଧିକ ନାଗରିକଙ୍କୁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଆଯିବ । ଏହାରି ମଧ୍ୟରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପଯ୍ୟନ୍ତ ସମ୍ମୁଖ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କୁ ଟିକା ଦିଆଯିବ ।

Comments (0)
Add Comment