ରାଜ୍ୟରେ ୨ହଜାର ଟପିଲା ସଂକ୍ରମଣ : ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି । ରାଜ୍ୟରେ ଆଜି ଦିନକରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ଅନ୍ୟ ୯୫୩ ଜଣ ସ୍ଥାନିୟ ଆକ୍ରାନ୍ତ ଥିବା ଜଣାପଡିଛି । ସେହିପରି ଆଜି ଆଉ ୩ଜଣଙ୍କର ମୃତ୍ୟୁ ଘଟିଛି ।
ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪୫୮ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪୮, ବରଗଡରୁ ୧୨୦, କଟକରୁ ୧୧୭, ନବରଙ୍ଗପୁରରୁ ୧୦୪, ନୂଆପଡାରୁ ୧୦୪ ସମ୍ବଲପୁରରୁ ୧୨୦ ଜଣ, ଅନୁଗୋଳ, ଜିଲ୍ଲାରୁ ୪୮, ବାଲେଶ୍ୱରରୁ ୬୭, ଭଦ୍ରକରୁ ୨୮, ବଲାଙ୍ଗିରର ୯୩, ଦେବଗଡରୁ ୧୨, ଢେଙ୍କାନାଳରୁ ୫, ଗଜପତିରୁ ୩୧, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୩୫, ଯାଜପୁରରୁ ୫୨, ଝାରସୁଗୁଡାରୁ ୫୫,

କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୨, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୫୫, କୋରାପୁଟରୁ ୧୨, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୬୦, ନୟାଗଡରୁ ୧୯, ପୁରୀରୁ ୭୦, ରାୟଗଡାରୁ ୨୭ ଓ ସୋନପୁରରୁ ୧୬ ଓ ଷ୍ଟେଟ୍ପୁଲ୍ରୁ ୮୧ ଜଣ ଚିହ୍ନଟ ହୋଇଛନ୍ତି ।
୨୨୬୭ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩,୪୧, ୧୨୩ ଜଣ ସୁସ୍ଥ ହୋଇ ସାରିଲେଣି । ୧୨,୨୪୪ ଜଣ ଚିିକିସôାଧୀନ ଅଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ୧୯୩୩ରେ ପହଞ୍ଚିଯାଇଛି ।
ଗତ ୨୪ ଘଂଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ, ବଲାଙ୍ଗୀର ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଁଏ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୦ରେ ପହଞ୍ଚିଥିବା ବେଳେ ବଲାଙ୍ଗୀରରେ ୪୫ ଓ ଯାଜପୁରରେ ୨୬ ହୋଇଛି ।

Comments (0)
Add Comment