ରାଜ୍ୟରେ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି । ଗତ ୨୪ଘଂଟାରେ ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୧୦ ହୋଇଥିବା ବେଳେ ୧୫୩୮ ଲୋକାଲ କେସ୍ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୧୫, କଟକ ୩୯୨, ବଲାଙ୍ଗିର ୧୬୩, ଅନୁଗୁଳ ୫୭, ବାଲେଶ୍ୱର ୧୦୩, ବରଗଡ ୯୨, ଭଦ୍ରକ ୪୬, ବୈଦ୍ଧ ୫୮, ଦେଓଗଡ ୨୪, ଢେଙ୍କାନାଳ ୬୫, ଗଜପତି ୩୩, ଗଞ୍ଜାମ ୭୧, ଜଗତସିଂହପୁର ୯୪, ଯାଜପୁର ୧୪୦, ଝାରସୁଗୁଡା ୭୦, କଳାହାଣ୍ଡି ୩୮, କନ୍ଧମାଳ ୮୫, କେନ୍ଦ୍ରାପଡା ୧୧୬, କେନ୍ଦୁଝର ୬୩, କୋରାପୁଟ ୯୭, ମାଲକାନଗିରି ୨୧, ମୟୂରଭଞ୍ଜ ୩, ନବରଙ୍ଗପୁର ୧୨୧, ନୟାଗଡ ୧୦୭, ପୁରୀ ୩୮୭, ରାୟଗଡା ୮୨, ସମ୍ବଲୁପର ୭୯, ସୋନପୁର ୧୨୪, ସୁନ୍ଦରଗଡ ୧୫୭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦କୁ ବୃଦ୍ଧି ପାଇଥିବା ବେଳେ ୧୦୨୧୮୫ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ୩୨୩୧୨ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

Comments (0)
Add Comment