ରାଜ୍ୟରେ ୮୦୦ ମୁହାଁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢିଚାଲିଥିଲା ବେେଳେ ଆଜି ଦିନକରେ ୭୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୪୫୯ ଓ ସଙ୍ଗରୋଧରୁ ୩୩୨ଜଣ ଚିହ୍ନଟ ହୋଇଛନ୍ତି । ଆଜି ପୁରୀରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୯୨୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡରେ ୧୪୭ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୮, ଅନୁଗୁଳରୁ ୧୭, ବାଲେଶ୍ୱରରୁ ୦୬, ବରଗଡରରେ ୪୮, ଭଦ୍ରକରେ ୧୦, ବଲାଙ୍ଗୀରରେ ୧୪, କଟକରେ ୪୬, ପୁରୀ ୪୩, ବୌଦ୍ଧରେ ୨, ଢେଙ୍କାନାଳରେ ୩ ଓ ଜଗତସିଂହପୁରରେ ୯ଜଣ ହୋଇଥିବା ବେଳେ ଦେବଗଡରେ ଜଣେ, ଗଞ୍ଜାମରେ ୦୯ଜଣ, ଯାଜପୁରରେ ୧୬, ଝାରସୁଗୁଡାରେ ୩୧, କଳାହାଣ୍ଡିରେ ୩୮, କନ୍ଧମାଳରେ ୪, କେନ୍ଦ୍ରାପଡାରେ ୧, କେଉଁଝରରେ ୩୯ଜଣ, କୋରାପୁଟରେ ୯, ମୟୁରଭଞ୍ଜରେ ୨୪, ନବରଙ୍ଗପୁରରରେ ୨୩, ନୟାଗଡରେ ୭, ନୂଆପଡାରେ ୩୧, ଷ୍ଟେଟ ପୁଲରେ ୨୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଚନ୍ତି । ସେହିପରି ୨୬୬ ଜଣ ସୁସ୍ଥ ହୋଇଥିବାବେେଳେ ବର୍ତମାନ ୪୨୫୫ଟି ସକ୍ରିୟ ମାମଲା ରହିଛି ।

Comments (0)
Add Comment