ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ବେଳେ ଆଜି ସଂକ୍ରମଣ ହାର ୯.୭କୁ ହ୍ରାସ ପାଇଛି । ଗତକାଲି ସଂକ୍ରମଣ ହାର ୧୦. ୫୧% ଥିଲା । ସୂଚନା ଯୋଗ୍ୟ ଯେ, ଗତ ମେ’ ମାସ ୨୨ତାରିଖ ଦିନ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ୧୨ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମଣ ହାର ୨୩ପ୍ରତିଶତ ଉପରେ ଥିଲା । ୧୫ ଦିନ ମଧ୍ୟରେ ସଂକ୍ରମଣ ହାର ୯.କୁ ହ୍ରାସ ପାଇବା ଏକ ଶୁଭ ଲକ୍ଷଣ । ଆସନ୍ତା ୭-୮ ଦିନ ମଧ୍ୟରେ ସଂକ୍ରମଣ ହ୍ରାସ ପାଇ ୫ପ୍ରତିଶତ ତଳକୁ ଖସିବ ବୋଲି ସ୍ୱାସ୍ଥ୍ୟ ବିଶାରଦ ମାନେ ମତ ପ୍ରକାଶ କରିଛନ୍ତି । ତେବେ ସଂକ୍ରମଣ ହ୍ରାସ ପାଉଥିଲା ବେଳେ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ସେମାନେ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଆଜି ୭,୦୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୯୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୦୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ଏବେ ୩ହଜାର ମୁହାଁ ହୋଇଛି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୩୮୮ଜଣ, ବାଲେଶ୍ୱରରୁ ୩୩୧ଜଣ, ବରଗଡ଼ରୁ ୧୧୭ ଜଣ, ଭଦ୍ରକରୁ ୨୬୭ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୩୪ଜଣ, କଟକରୁ ୭୭୧ଜଣ, ଦେବଗଡ଼ରୁ ୬୪ ଜଣ, ଢେଙ୍କାନାଳରୁ ୧୦୬ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୭୪ ଜଣ, ଜଗତସିଂହପୁରରୁ ୨୩୨ ଜଣ, ଯାଜପୁରରୁ ୪୮୬ ଜଣ, ଝାରସୁଗୁଡ଼ାରୁ ୯୭ ଜଣ, କଳାହାଣ୍ଡିରୁ ୧୦୩ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୮୮ଜଣ, କେଉଁଝରରୁ ୧୪୮ଜଣ, ଖୋର୍ଦ୍ଧାରୁ ୧୧୬୭ ଜଣ, କୋରାପୁଟରୁ ୧୫୮ ଜଣ, ମାଲକାନଗିରିରୁ ୯୫ଜଣ, ମୟୁରଭଞ୍ଜରୁ ୩୭୦ଜଣ, ନବରଙ୍ଗପୁରରୁ ୧୯୮ ଜଣ, ନୟାଗଡ଼ରୁ ୧୯୬ଜଣ, ନୂଆପଡ଼ାରୁ ୨୮ ଜଣ, ପୁରୀରୁ ୩୦୬ ଜଣ, ରାୟଗଡ଼ାରୁ ୨୨୨ ଜଣ, ସମ୍ୱଲପୁରରୁ ୧୦୭ଜଣ, ସୋନପୁରରୁ ୫୯, ସୁନ୍ଦରଗଡ଼ରୁ ୨୪୩ ଓ ଷ୍ଟେଟ ପୁଲରୁ ୨୦୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୮,୧୩,୦୯୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୭,୩୨,୦୧୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୮, ୦୩୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
୪୨ ଜଣଙ୍କ ଜୀବନ ନେଇଛି କରୋନା । ଏଥି ସହିତ ରାଜ୍ୟରେ କାରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୯୯୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା, କଟକ, ଅନୁଗୁଳରୁ ୪ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେହିପରି ବୌଦ୍ଧ, ଦେବଗଡ ଓ ଝାରସୁଗୁଡା, କଳାହାଣ୍ଡିରୁ ୩ ଜଣ ଲେଖାଁଏ, ଗଜପତି, ଜଗତସିଂହପୁର, ମୟୂରଭଞ୍ଜ, ରାୟଗଡା ଓ ସୁନ୍ଦରଗଡରୁ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ବରଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା, ପୁରୀରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।