ଭୂବନେଶ୍ୱର- ରାଜ୍ୟରେ ଆଉ ୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ୯,୦୭୦ ରେ ପହଂଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୫,୯୩୪ ଜଶ ସୁସ୍ଥ ହୋଇଥିବାବେଳେ ୩,୦୯୦ ଜଣଙ୍କ ଚିକିତ୍ସା ଚାଲିଛି । ଯେଉଁଥିରେ ୩୬ ଜଣଙ୍କର ମୃତ୍ୟୁ ଘଟିଛି । ଏହି ୪୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଂଟାଇନରେ ଥିଲାବେଳେ ୧୫୨ଜଣ ଲୋକାଲ ର ବୋଲି ଜଣାପଡିଛି । ଏହି ନୂଆ କେସ୍ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ । ଏହି ଜିଲ୍ଲାରେ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି । ଦେହିଭଳି ଅନୁଗୁଳରୁ ୧୧ ଜଣ, ବାଲେଶ୍ୱରରୁ ୮ ଜଣ, ଭଦ୍ରକରୁ ୧୬ ଜଣ, ବଲାଙ୍ଗିରରୁ ୩, ଗଜପତିରୁ ୧୨, ଯାଜପୁରରୁ ୨୫, କଳାହାଣ୍ଡିରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨୫, ଖୋର୍ଦ୍ଧାରୁ ୨୭, ମାଲକାନଗିରିରୁ ଜଣେ, ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ନୟାଗଡରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି । ସେହିରି ଏନ୍ଡିଆରଏଫ୍ ରୁ ୪ଜଣ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।