ଭୁବନେଶ୍ୱର- ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩,୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧,୯୩୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୨୮୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୧, କଟକ ୪୦୦, ଗଞ୍ଜାମ ୧୬୯, ଅନୁଗୁଳ ୬୬, ବଲେଶ୍ୱର ୧୯୪, ବରଗଡ ୧୮୫, ଭଦ୍ରକ ୮୭, ବଲାଙ୍ଗିର ୧୦, ବୈଦ୍ଧ ୩୬, ଢେଙ୍କାନାଳ ୩୭, ଗଜପତି ୨୭, ଜଗତସିଂହପୁର ୬୦, ଯାଜପୁର ୧୧୭, ଝାରସୁଗଡା ୬୦, କଳାହାଣ୍ଡି ୩୭, କନ୍ଧମାଳ ୩୨, କେନ୍ଦ୍ରାପଡା ୫୭, କେନ୍ଦୁଝର ୧୦୨, କୋରାପୁଟ ୯୦, ମାଲକାନଗିରି ୧୩, ମୟୂରଭଞ୍ଜ ୧୩୭, ନବରଙ୍ଗପୁର ୫୫, ନୟାଗଡ ୬୨, ନୂଆପଡା ୪୯, ପୁରୀ ୨୧୭, ରାୟଗଡା ୨୫, ସମ୍ବଲପୁର ୭୮, ସୋନପୁର ୨୬, ସୁନ୍ଦରଗଡ ୬୦ । ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ ରହିଥିବା ବେଳେ ୮୦୭୭୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଓ ସକ୍ରିୟ ମାମଲା ୨୮୪୪୩ ରହିଛି ।