ରାଜ୍ୟସଭାରେ ଓଡିଆରେ କହିଲେ ସାଂସଦ

ନୂଆଦିଲ୍ଲୀ: ମଙ୍ଗଳବାର ରାଜ୍ୟସଭାରେ ଶୂନ୍ୟକାଳରେ ଓଡିଆ ଭାଷାରେ ନିଜର ଅଭିଭାଷଣ ରଖିଛନ୍ତି ସାଂସଦ ଡ.ସସ୍ମିତ ପାତ୍ର । ସେ ଶୂନ୍ୟକାଳରେ ମହିଳାମାନଙ୍କ ସକାଶେ ସଂରକ୍ଷିତ ବିଲ୍ ପାସ୍ ନେଇ ଦୃଢ ଦାବୀ କରିଛନ୍ତି ।
ବିଜୁ ଜନତା ଦଳର ସାଂସଦ ଡ.ପାତ୍ର ନିଜର ଅଭିଭାଷଣରେ କହିଥିଲେ, ଅଧ୍ୟକ୍ଷ ମହୋଦୟ ମୋତେ ଓଡିଆରେ କହିବା ପାଇଁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । ମହିଳା ସଶକ୍ତିକରଣ ପାଇର୍ ଆମେ ଯେତେ ବି କାର୍ଯ୍ୟ କରିଥାଉ ତାହା କମ୍ ହୋଇଥାଏ । ମୁଁ ଆଜି ସରକାରଙ୍କ ନିକଟରେ ୩ଟି ବିଷୟ ଏବଂ ଦୁଇଟି ପ୍ରସ୍ତାବ ରଖିବାକୁ ଚାହୁଁଛି, ଯାହାକି ମହିଳା ସଶକ୍ତିକରଣ ପାଇଁ ଅତ୍ୟନ୍ତ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ହୋଇପାରିବ । ପ୍ରଥମେ ତ ମହିଳାମନଙ୍କ ପାଇଁ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ ପାଇଁ ଯୋଜନାର ଆବଶ୍ୟକତା ରହିଛି । ଓଡିଶାରେ ‘ମିସନ ଶକ୍ତି’ ନାମକ ଏକ ଯୋଜନା ଅଛି, ଯେଉଁଥିରେ କି ୮୦ ଲକ୍ଷ ମହିଳା ସଶକ୍ତ ହୋଇଛନ୍ତି । କେନ୍ଦ୍ର ସରକାର ଯେଉଁଭଳି ଭାବେ ଓଡିଶାର ମମତା ଯୋଜନାକୁ ଦେଖିକରି ନେସ୍ନାଲ୍ ମାଟର୍ନିଟି ସ୍ମିକ୍କୁ କାର୍ଯ୍ୟକାରୀ କରିଛନ୍ତି ସେହିପରି ‘ମିସନ ଶକ୍ତି’କୁ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ । ଶେଷ କଥାଟି ହେଉଛି ରାଜନୈତିକ ସଶକ୍ତିକରଣର ମଧ୍ୟ ଯଥେଷ୍ଟ ଆବଶ୍ୟକତା ରହିଛି ଆମ ଦେଶରେ । ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ପାସ୍ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳ ତରଫରୁ ମହିଳାମାନଙ୍କ ପାଇଁ ଲୋକସଭାରେ ଏକ ତୃତୀୟାଂଶ ସିଟ୍ ସଂରକ୍ଷିତ କରିଥିଲେ । ମୁଁ ଆଶା କରୁଛି ଏହି ଦୁଇଟି ଯାକ ପ୍ରସ୍ତାବ ‘ମିସନ ଶକ୍ତି’କୁ ଏକ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପରିଣତ କରି ମହିଳା ସଶକ୍ତିକରଣ କରାଯାଇପାରିବ ।

Comments (0)
Add Comment