ରାଜ୍ୟସଭାରେ ପାରିତ ହେଲା ତୃତୀୟ କୃଷି ବିଲ୍


ନୂଆଦିଲ୍ଲୀ- ବିରୋଧୀଙ୍କ ବିରୋଧ ସତ୍ୱେ ଗୃହରେ ପାରିତ ହେଲା ତୃତୀୟ କୃଷି ବିଲ । ଅତ୍ୟାବଶ୍ରକ ଦ୍ରବ୍ୟ ତାଳିକାରୁ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ ଏବଂ ଆଳୁକୁ ବାଦ ଦେବା ପାଇଁ ଆଗତ ହୋଇଥିବା ବିଲକୁ ରାଜ୍ୟସଭା ଅନୁମୋଦନ ଦେଇଛି । ଏହି ବ୍ୟବସ୍ଥା ଫଳରେ ମରୁଡି, ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ବୃଦ୍ଧି କରାଯାଇଥିବା କୃଷି ଉତ୍ପାଦନ ଗୁଡିକର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପରିବ । କୃଷକ ଓ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟକ ହେବ । ଏଥି ସହିତ ଭଣ୍ଡାରର ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ଦ୍ରବ୍ୟ ସମାଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ । ଗତ ରବିବାର ଦୁଇଟି ବିଲ ରାଜ୍ୟସଭାରେ ପାରିତ ହୋଇଥିଲା ।

Comments (0)
Add Comment