ରାଫେଲ ଉଡାଇବାକୁ ୧୦ ମହିଳା ପାଇଲଟକୁ ସ୍ୱତନ୍ତ୍ର ଟ୍ରେନିଂ


ନୂଆଦିଲ୍ଲୀ- ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ ଉଡାଇବେ ମହିଳା ପାଇଲଟ । ଏଥିପାଇଁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି । ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ଫାଇଟର ଜେଟ ରାଫେଲ ବାୟୁସେନାରେ ସାମିଲ ହେବାପରେ ବହୁଗୁଣିତ ହୋଇଛି ଭାରତୀୟ ବାୟୁସେନା । ୨୦୧୬ ମସିହାରେ ଭାରତ ସରକାର ମହିଳାଙ୍କୁ ଫାଇଟର ପ୍ଲାଇଙ୍ଗ ପାଇଁ ଅନୁମତି ଦେଇଥିଲେ । ସେହିଦିନ ଠାରୁ ୧୦ ମହିଳା ପାଇଲଟଙ୍କୁ ଟ୍ରେନିଂ ଦିଆଯାଉଛି । ସେମାନଙ୍କ ଟ୍ରେନିଂ ସମ୍ପର୍ଣ୍ଣ ଭାବେ ପୁରୁଷଙ୍କ ଭଳି ହୋଇଥିଏ ।

Comments (0)
Add Comment