ରିଆଙ୍କୁ ମିଳିଲାନି ଜାମିନ


ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ମୁମ୍ବାଇର ଏକ କୋର୍ଟ । ତାଙ୍କ ଭାଇ ସୌଭିକ ଓ ଅନ୍ୟ ଅଭିଯୁକ୍ତଙ୍କ ଆବଦେନକୁ ମଧ୍ୟ ଖାରଜ କରାଯାଇଛି । ସେ ଆବେଦନରେ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ଏନସିବି ତଦନ୍ତକାରୀ ଅଧିକାରୀ ଚାପ ପକାଉଥିଲେ । ବିଚାରେ ବିଭାଗୀୟ ହାଜତରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି । ରିଆଙ୍କୁ ଜାମିନ ମିଳିନଥିବାରୁ ତାଙ୍କୁ ଜେଲରେ ହିଁ ରହିବାକୁ ପଡିବ ।

Comments (0)
Add Comment