ବାଲେଶ୍ୱର- ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ସହ କିଛି ଯୁବକ ର୍ଦୁବ୍ୟବହାର କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବୁଧବାର ରାତି ୯ଟା ସମୟରେ ବିଧାୟକ ଘରକୁ ଯିବା ବାଟରେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଯୁବକ ରାସ୍ତ ଜଗିଥିଲେ । ବିଧାୟକ ସେମାନଙ୍କ କହିଥିଲେ ମଧ୍ୟ କେହି ଶୁଣିନଥିଲେ । ଯାହାଫଳରେ ଯୁବକ ଓ ବିଧାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ଉତ୍ୟକ୍ତ ଯୁବକ ବିଧାୟକଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ କାର କାଚ ଭାଙ୍ଗି ଦେଇଥିଲେ ।