କଟକ: ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । କଟକରେ ମଧ୍ୟ କ୍ରମାଗତ ପଜିଟିଭ ସଂଖ୍ୟା ବୃଦ୍ଧି ଯାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସି କମିଶନର କହିଛନ୍ତି, ଏବେ କଟକର ସହରରେ ଏବେ କଟକ ସହରରେ ୩୬୮୫ ଆଂଟିଭ କେସ୍ ରହିଛି । ସେଥିମଧ୍ୟରୁ ୮୮% କରୋନା ଆକ୍ର୍ାନ୍ତ ହୋମ୍ ଆଇସୋଲେସନ ଅଛନ୍ତି । କୋଭିଡ କେୟାର ସେଂଟରରେ ୪୦ରୁ ୫୦% ସିଟ୍ ପୂର୍ଣ୍ଣ ତେଣୁ ସେଥିରୁ ୧୦% ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡୁଛି । କମିଶନର କହିଛନ୍ତି, ଏସସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ୍, ୩ ଶହ ଆଇସିଇୟୁ ଉପଲବ୍ଧ ଅଛି । ଏସସିବିରେ ଆଉ ଶହେ ବେଡ ବଢ଼ାଯିବ, ସେଥିରୁ ୪୧ଟି ଆଇସିଇୟୁ ରହିବ ବୋଲି କମିଶନର ସୂଚନା ଦେଇଛନ୍ତି । କରୋନାକୁ ନେଇ କଟକବାସୀଙ୍କୁ ପରାମର୍ଶ ଦେଇ କମିଶନର କହିଛନ୍ତି ଯେ ଘରେ ରହି ଚିକିତ୍ସିତ ହୁଅନ୍ତ । ଜରୁରୀ ପଡିଲେ ଆମ ନମ୍ବରରେ ଜଣାନ୍ତୁ । କୋଭିଡ କଂଟ୍ରୋଲରୁମ୍ ନମ୍ବର ୭୦୭୭୭୭୫୫୫୫ରେ ଯୋଗାଯୋଗ କରନ୍ତୁ । ଯଦି ଅତି ଜରୁରୀ ଥାଏ, ତାହେଲେ ଟୋଲ୍ ଫ୍ରି ୧୮୦୦୩୪୫୮୨୮୯କୁ ଫୋନ୍ କରନ୍ତୁ ।
ଲକ୍ଷଣ ଥାଇ ଆଂଟିଜେନ ନେଗେଟିଭ ଆସିଲେ ବି ଆମକୁ ଜଣାନ୍ତୁ । କୋଭିଡ ହସ୍ପିଟାଲରେ ସସକ୍ଟେ ହିସାବରେ ଆଡମିଶନ କରାଯିବ ବୋଲି ସିଏମସି କମିଶନର ସୂଚନା ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୧୯୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୧୦ ଜଣ ଚିହ୍ନଟ ହୋଇଛନ୍ତି ।
ଏହି ଦୁଇ ଜିଲ୍ଳା ଯାଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହପରି କଟକ ଜିଲ୍ଳାରେ ଗତ ୨୪ ଘଂଟାରେ ୧୦୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲଗାତାର ଦୁଇ ଦିନ ଧରି ଜିଲ୍ଳାରେ ଦୈନିକ ସଂକ୍ରମଣ ୯୦୦ ଉପରେ ରହିବା ପରେ ଏହା ୧୦୦୦ରେ ଅତିକ୍ରମ କରିଛି ।