ଲକ୍ଷଣ ଥାଇ ଦୁଇ ଥର କୋଭିଡ୍ ରିପୋର୍ଟ ନେଗେଟିଭ୍, ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଚାରିଆଡେ କରୋନା ମହାମାରୀ ବ୍ୟାପିଥିବା ବେଳେ ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଘଟଣା । ଦିଲ୍ଲୀର ମୌଲାନା ଅଜାଦ ଇନଷ୍ଟିଟ୍ୟୁଟ ଫର୍ ଡେଂଟାଲ୍ ସାଇନ୍ସେସ୍ ର ଜଣେ ଜୁନିୟର ରେସିଡେଂଟ ଡାକ୍ତର ପ୍ରାଣ ହରାଇଛନ୍ତି । ସେ କରୋନା ଆକ୍ରାନ୍ତ ଥିଲେ କିନ୍ତୁ ଲକ୍ଷଣ ଥାଇ ମଧ୍ୟ ଦୁଇ ଦୁଇ ଥର ତାଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସୁଥିଲା । ଶେଷରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଡିଥିଲା । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଶ୍ୱାସକ୍ରିୟାରେ ବି ସମସ୍ୟା ହେଉଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତର ଜଣଙ୍କ ହେଲେ ୨୬ ବର୍ଷୀୟ ଜୁନିୟର ରେସିଡାଂଟ ଅଭିଷେକ ଭୟାନା । ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ତାଙ୍କ ଭାଇଙ୍କୁ ଜଣାଇଥିଲେ । ସେ କରୋନାର ସବୁ ଲକ୍ଷଣ ମଧ୍ୟ ଅନୁଭବ କରୁଥିଲେ । ହେଲେ ଡାକ୍ତରଙ୍କ ଚିକିତ୍ସାରେ ଫେଲ୍ ମାରିଛନ୍ତି ଡାକ୍ତରମାନେ ଫଳରେ ଜଣେ ଡାକ୍ତରଙ୍କ ଜୀବନ ଚାଲିଗଲା । ଅଭିଷେକ ଉକ୍ତ ଡେଂଟାଲର ଓରାଲ ସର୍ଜରି ବିଭାଗରେ ନିଯୁକ୍ତି ମିଳିଥିଲା ।

Comments (0)
Add Comment