ଲାଂଚ ନେଲା ବେଳେ ଧରାପଡ଼ିଲେ କନଷ୍ଟେବଲ୍

ଭୁବନେଶ୍ୱର- ୮ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଡିଲେ କମିଶନରେଟ୍ ପୁଲିସ୍ ରେ କାର୍ଯ୍ୟରତ ଜଣେ କନଷ୍ଟେବଲ୍ । ତାଙ୍କ ନାଁ ହେଲା ସୁରେଶ ଦାସ । ସେ କମିଶନରେଟ୍ ପୁଲିସ ର ଆକାଉଂଟସ୍ ସେକ୍ସନରେ କାମ କରୁଥିଲେ । ସେ ଜଣେ ପୁଲିସ କର୍ମଚାରୀଠାରୁ ଲାଂଚ ନେଉଥିବ ବେଳେ ଭିଜିଲାନ୍ସ ତାକୁ ଗିରଫ କରିଛି । ସୂଚନାଅନୁସାରେ, ଗୁରୁବାର ସକାଳେ ସେ କମିଶନରେଟ୍ ପୁଲିସ ପଛପଟେ ଥିବା ଖାରବେଳ ଭବନ ରାସ୍ତାରେ ଜଶେ ପୁଲିସ କର୍ମଚାରୀ ଠାରୁ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।ଏରିଅର ଟଙ୍କା କରାଇ ଦେବା ପାଇଁ ସେ ଲାଂଚ ମାଗୁଥିବା ନେଇ ଅଭିଯୋଗ ହୋଇଛି ।
ଏନେଇ ସୁରେଶ ଦାସ କହିଛନ୍ତି “ ସେ ଆସି ମୋ ପକେଟ୍ରେ ଟଙ୍କା ଭର୍ତି କରିଦେଲା । କହିଲା, ମୁଁ ବାଲିପାଟଣା ପରି ଗ୍ରାମାଂଚଳରେ ରହୁଥିବାରୁ ଏବେ ମୋ ଘର ଭଡ଼ା ୫ ପ୍ରତିଶତ କରି ଦିଅନ୍ତୁ । ମାତ୍ର ବାଲିପାଟଣା ପରି ଗ୍ରାମାଂଚଳରେ ରହୁଥିବାରୁ ଏବେ ମୋ ଘର ଭଡ଼ା ୫ ପ୍ରତିଶତ କରି ଦିଅନ୍ତୁ । ଏହାଦ୍ୱାରା ଆଉ ମୋତେ ଯେପରି ସରକାରଙ୍କୁ କିଛି ଟଙ୍କା ଫେରାଇବାକୁ ପଡ଼ିବନି ତାହାର ବ୍ୟବସ୍ଥା ମଧ୍ୟ କରିଦେବ । ମୁଁ ଆପଣଙ୍କୁ କିଛି ଦେବି” ମାତ୍ର ମୁଁ ଟଙ୍କା ନେବାକୁ ମନା କରିବା ସତ୍ୱେ ସେ ମୋ ପକେଟରେ ଟଙ୍କା ଭର୍ତି କରିଦେଇଗଲା ବୋଲି କହିଛନ୍ତି ସୁରେଶ ।

Comments (0)
Add Comment