ଲୋକାର୍ପିତ ହେଲା ୧୦ ହଜାର ଶର୍ଯ୍ୟା ବିଶିଷ୍ଟ ବିଶ୍ୱର ସବୁଠୁ ବଡ କୋଭିଡ କେୟାର ସେଂଟର

ନୁଆଦିଲ୍ଲୀ- ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ କୋଭିଡ କେୟାର ସେଂଟର ଲୋକାର୍ପିତ ହୋଇଛି । ଲେଫ୍ଟନାଂଟ ଗଭର୍ଣ୍ଣର ଅନତଲ ବୈଜଲ ରାଧା ସୋମି ସତସଙ୍ଗ ବସିଥିବା ୧୦,୦୦୦ ଶର୍ଯ୍ୟା ବିଶିଷ୍ଟ ସର୍ଦ୍ଧାର ପଟେଲ କୋଭିଡ କେୟାର ସେଂଟରର ଉଦଘାଟନ କରିଛନ୍ତି । କମ ଲକ୍ଷଣ ଥିବା ଏବଂ ଲକ୍ଷଣ ନଥିବା କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଛତ୍ରପୁରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଯେଉଁମାନେ ଘରେ ଆଇସୋଲେସନରେ ରହିବାର ସୁବିଧା ନାହିଁ । ସେମାନଙ୍କ ପାଇଁ ମଧ୍ୟ ଏଠାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ସୂଚନା ଅନୁସାରେ କୋଭିଡ କେୟାର ସେଂଟରର ଲମ୍ବ ୧୭୦୦ ଫୁଟ ଏବଂ ଚଉଡା ୭୦୦ ଫୁଟ ୋଲି ଜଣା ପଡିଛି । ପ୍ରାୟ ୨୦ ଫୁଟବଲ ପଡିଆ ସହ ସମାନ ଏହି କୋଭିଡ କେୟାର ସେଂଟର । ଏଠାରେ ୫୦ ଶର୍ଯ୍ୟା ବିଶିଷ୍ଠ ୨୦୦ ଏନକ୍ଲୋଜର ରହିଛି ।କର୍ତୁପକ୍ଷ କହିଛନ୍ତି ଯେ, ଏହା ଦୁନିଆର ସବୁଠାରୁ ବଡ କୋଭିଡ କେୟାର ସେଂଟର । ଏହାକୁ ଦିଲ୍ଲୀ ସରକାର ପ୍ରଶାସନିକ ସହାୟତା ପ୍ରଦାନ କରିଥିବା େଳେ ଆଇଟିବିି ଏହି କେନ୍ଦ୍ରର ନୋଡାଲ ଏଜେନ୍ସି ହେବ । ରାଧା ସୋମି ବିସର ଧାର୍ମିକ ସମ୍ପ୍ରଦାୟର ସ୍ୱେଚ୍ଛାସେବୀ ମାନେ ମଧ୍ୟ ଏହି କେନ୍ଦ୍ର ଚଳାଇବାରେ ସାହାର୍ଯ୍ୟ କରିବେ । ତେବେ ଦିଲ୍ଲୀରେ ସକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଏହି ପଦକ୍ଷେପ ନିଆଯାଇଛି , ଯାହା ଦ୍ୱାରା ଏକା ସାଙ୍ଗରେ ୧୦,୦୦୦ କରୋନା ରୋଗୀ ନିଜର ଚିକିତ୍ସା କରାଇପାରିବେ ।

Comments (0)
Add Comment