ଶପଥ ଗ୍ରହଣ କଲେ ୨ବ ନିର୍ବାଚିତ ବିଧାୟକ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବାଲେଶ୍ୱର ସଦରର ନବ ନିର୍ବାଚିତ ବିଧାୟକ ସ୍ୱରୂପ ଦାସ ଓ ତିର୍ତୋଲର ନବ ନିର୍ବାଚିତ ବିଧାୟକ ବିଜୟ ଶଙ୍କର ଦାସ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାକାୟାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଭୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଏହି ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଉପସ୍ଥିତି ଥିଲେ । ଉଭୟ ନବ ନିର୍ବାଚିତ ଆସନ୍ତା ୨୦ ତାରିଖରୁ ହେବାକୁ ଥିବା ଶୀତକାଳୀନ ଅଧିବେଶନରେ ଭାଗ ନେବେ ।ତିର୍ତୋଲ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ତାଙ୍କ ନିକଟତମ ୍ରତିଦ୍ୱନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କୁ ୪୧ହଜାର ୭୦୩ ଖଣ୍ଡ ଭୋଟରେ ରାସ୍ତ କରିଥିବା ବେଳେ ବାଲେଶ୍ୱର ସଦର ଉନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ହଜାର ୩୫୧ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ମାନସ କୁମାର ଦତଙ୍କୁ ପରାସ୍ତ କରିଥିଲେ । ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁÂିତ ହୋଇଛି । କରୋନା ମାର୍ଗଦର୍ଶିକା ଅନୁଯାୟୀ ହେବାକୁ ଥିବା ଏହି ଅଧିବେଶନ କାଳରେ ପୂର୍ବଥର ଭଳି କୌଣସି ପ୍ରଶ୍ନକାଳ ରହିବ ନାହିଁ । ପ୍ରତ୍ୟେକ ଦିନ ସାଢେ ଚାରି ଘଂଟା ଗୃହର ବୈଠକ ବସିବ । ପ୍ରଥମାର୍ଦ୍ଧ ବୈଠକ ପୂର୍ବାହ୍ନ ୧୦ଟାରୁ ଗୋଟାଏ ଏବଂ ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହତନ ୩ଟା ୫ଟା ଯାଏ ଚାଲିବ । ଏହି ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ ।

Comments (0)
Add Comment