ଖୋର୍ଦ୍ଧା : ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ପ୍ରାକ୍ତନ ଛାତ୍ର ତଥା ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ରଘୁ-ଦିବାକରଙ୍କ ୮୩ ତମ ଫାଶୀ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶହୀଦ ରଘୁ-ଦିବାକର ସ୍ମୃତି କମିଟିର ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହଙ୍କ ଆବାହକତ୍ୱରେ ତଥା ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେବି ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଭୀମସେନ ପ୍ରଧାନ ଓ କିଶୋର ଚନ୍ଦ୍ର ପରମଗୁରୁ, କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ବିଜେବି ହାଇସ୍କୁଲର ପ୍ରଧାନଶିକ୍ଷକ ଅଞ୍ଜନ କୁମାର ରାୟ,ବରିଷ୍ଠ ଶିକ୍ଷକ ବିଭୁ ପ୍ରସାଦ ସେନାପତି, ଖୋର୍ଦ୍ଧା ବରିଷ୍ଠ ନାଗରିକ ମଂଚର ସମ୍ପାଦକ ରାମଶଙ୍କର, ଶ୍ରୀଜଗନ୍ନାଥ ସାହିତ୍ୟ ପରିଷଦର ସଭାପତି ଶିବ ସୁନ୍ଦର ପଟ୍ଟନାୟକ, ଆଡଭୋକେଟ ବିକ୍ରମ କେଶରୀ ଚମ୍ପତି, ତ୍ରିନାଥ ଚରଣ ସ୍ମୃତି କଳା ସାହିତ୍ୟ ସଂସଦର ସମ୍ପାଦିକା ଇତିଶ୍ରୀ ସାହୁ, ସ୍ତମ୍ଭକାର ସମରେନ୍ଦ୍ର ବଳିଆରସିଂହ, ଶିକ୍ଷାବିତ୍ ବିଭୂପ୍ରସାଦ ହରିଚନ୍ଦନ ପ୍ରମୁଖ ସ୍ମୃତିଚାରଣ କରି ଏହି ଦୁଇଜଣ ଏକ ସଙ୍ଗରେ ଫାଶୀ ବରଣ କରିବା ଓ ଜନ ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିବାରୁ ଖୋର୍ଦ୍ଧା ହାଇସ୍କୁଲ ଗୌରବ ଅନୁଭବ କରେ ବୋଲି ମତ ଦେଇଥିଲେ । ଶ୍ରୀ ବଳିଆରସିଂହ ସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ୱର୍ଗତ ବାଉରୀବନ୍ଧୁ ଭୂଜବଳଙ୍କର ଏହି ପ୍ରତିମୂର୍ତ୍ତି ନିର୍ମାଣରେ ବଳିଷ୍ଠ ଅବଦାନ ସ୍ମରଣ କରିଥିଲେ । ଆଗାମୀ ପିଢି ଶହୀଦ ଦ୍ୱୟଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ସେ ଆହ୍ୱାନ ଦେଇଥିଲେ । ବିମଳ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।