ନୂଆଦିଲ୍ଳୀ: ଦେଶରେ ମହାମାରୀ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିଲା ବେେଳେ ଶିଶୁଙ୍କ ଉପରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ପାଇଁ ଗତ କାଲି ଏକ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ଦୈନିକ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ୍’କୁ ଏହି ଅନୁମତି ମିଳିଛି । ‘ଏମ୍ସ-ଦିଲ୍ଳୀ, ଏମ୍ସ-ପାଟନା ଏବଂ ନାଗପୁରସ୍ଥିତ ‘ମେଡିଟ୍ରିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍’ ସମେତ ଅନ୍ୟ କେତେକ ସ୍ଥାନରେ ୫୨୫ଜଣ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟିକା ପରୀକ୍ଷା କରାଯିବ ।
ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ୨ରୁ ୧୮ ବର୍ଷ ବୟସବର୍ଗଙ୍କ ଶରୀରରେ କୋଭାକ୍ସିନ୍’ର ନିରାପତା, ପ୍ରତିକ୍ରିୟା ଏବଂ ରୋଗ ପ୍ରତିରୋଧକ ଶକ୍ତି ମୁଲ୍ୟାୟନ କରିବା ଲାହଗି ହାଇଦ୍ରାବାଦସ୍ଥିତ ‘ଭାରତ ବାୟୋଟେକ୍’ କରିଥିବା ଆବେଦନକୁ ମଙ୍ଗଳବାର ଦିନ ‘ସେଂଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାଇଜେନସ୍’ର କୋଭିଡ-୧୯ ସମ୍ବନ୍ଧୀୟ କମିଟି ‘ଦି ସବ୍ଜେକ୍ଟ୍ କମିଟି’ ଅନୁମୋଦନ କରିଛି ।
ପୁଙ୍ଖାନୁପୁଙ୍ଖ ବିଚାରବିମର୍ଶ ପରେ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ରୁ ୧୮ ବର୍ଷ ବୟସ୍କବର୍ଗଙ୍କ ଶରୀରରେ ‘କୋଭାକ୍ସିନ୍’ ପରୀକ୍ଷଣ ପ୍ରସ୍ତାବକୁ କମିଟି ସସର୍ତ ଅନୁମୋଦନ କରିଛି । ସର୍ତ ହେଲା, ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କମ୍ପାନି ‘ଡିଏସ୍ଏମ୍ବି’ ଅନୁମୋଦନ ସହିତ ୨ୟ ପର୍ଯ୍ୟାୟର ମଧ୍ୟବର୍ତୀକାଳୀନ ନିରାପତା ତଥ୍ୟ ‘ ସିଡିଏସ୍ସିଓ’ଙ୍କ ନିକଟରେ ଦାଖଲ କରିବ । ଫେବ୍ରୁଆରି ୨୪ ତାରିଖ ଦିନ ମଧ୍ୟ ‘ ଏସ୍ଇସି’ ବୈଠକରେ ଭାରତ ବାୟୋଟେକ୍’ର ଏହି ପ୍ରସ୍ତାବ ଉପରେ ବିଚାର-ଆଲୋଚନା କରାଯାଇ ସଂଶୋଧିତ ‘କ୍ଲିନିକାଲ୍ ଟ୍ରାଏଲ୍ ପ୍ରୋଟୋକଲ୍’ ଦାଖଲ କରିବା ଲାଗି କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଥିଲା । ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ ସହଯୋଗରେ ଭାରତ ବାୟୋଟେକ୍’ ଦ୍ୱାରା ସ୍ୱଦେଶ ପ୍ରସ୍ତୁତ ‘କୋଭାକ୍ସିନ୍’ ସମଗ୍ର ଦେଶରେ ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ବ୍ୟବହାର ହେଉଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ କୋଭାସିଲ୍ଡ ଓ କୋଭାକ୍ସିନ୍ ଟିକା ଦେଶର ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମାନଙ୍କୁ ଦିଆଯାଉଛି । ତେବେ ମହାମାରୀର ପ୍ରଭାବ ଏବେ ଶିଶୁଙ୍କ ଉପରେ ପରିଲିକ୍ଷିତ ହେଉଥିବାରୁ ଖୁବ୍ ଶିଘ୍ର କେନ୍ଦ୍ର ସରକାର ୨ରୁ ୧୮ ବୟସ୍କଙ୍କୁ ଏହି ଟିକା ଦେବାଲାଗି ଯୋଜନା କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ କାନାଡା ୧୨ରୁ ୧୫ ଓ ଯୁକ୍ତରାଷ୍ଟ୍ର ଆମେରିକା ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଦାନ ଇତି ମଧ୍ୟରେ ଆରମ୍ଭ କରିଛି ।