ପୁରୀ: ୨୦୨୧-୨୨ ଆର୍ଥôକ ବର୍ଷରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବକମିଟି କରିଛି । ଆଗାମୀ ରଥଯାତ୍ରା ପାଇଁ ୧୧୍େକାଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି । ବଜେଟ୍ରେ ସେବାୟତ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି । କୋଭିଡ୍ ଯୋଗୁଁ ଶ୍ରୀମନ୍ଦିର ରାଜସ୍ୱ ସଂଗ୍ରହ ହ୍ରାସ ପାଇଥିବାରୁ ଭକ୍ତଙ୍କ ଦାନ, ଖଣିଖାଦାନ ଓ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ୱ ବୃଦ୍ଧି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି ।
ସେ କହିଛନ୍ତି ଯେ, ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବା ପାଇଁ ଉଦ୍ୟମ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ପାଇଁ ନିଷ୍ପତି ହୋଇଛି । ଏଥିପାଇଁ ଉନ୍ନୟନ ପ୍ରଶାସକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି ।
ଶ୍ରୀମନ୍ଦିରର ଆର୍ଥôକ ସ୍ଥିତି ଦୁର୍ବଳ ହେଉଥିବାରୁ ଅଧିକ ରାଜସ୍ୱ ସଂଗ୍ରହ ପାଇଁ ଉଦ୍ୟମ କରାଯିବ । ଭକ୍ତଙ୍କଠାରୁ ଦାନ ଅର୍ଥ ସଂଗ୍ରହ ପାଇଁ ଏୟାରପୋର୍ଟ ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ଦାନ ବାକ୍ସ ରଖାଯିବ । ଖଣି ଖାଦନରୁ ପ୍ରାୟ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜମି ବିକ୍ରି, ନୂଆ ବାଣିଜ୍ୟିକ ପ୍ରତିଷ୍ଠାନ ନିର୍ମାଣ କରାଯାଇ ରାଜସ୍ୱ ବୃଦ୍ଧି କରାଯିବ । ଶ୍ରୀମନ୍ଦିରର ବର୍ତମାନ ସ୍ଥାୟୀ ଜମା ୬୫୦ କୋଟି ଟଙ୍କା ଥିବା ବେଳେ ଆଗାମୀ ୨୦୨୩ ରଥାଯାତ୍ରା ବେଳକୁ ସ୍ଥାୟୀ ଜମା ରାଶି୧୦୦୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବାକୁ ଯାଉଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଗାମୀ ଶ୍ରୀମନ୍ଦିର ପରିୁଚାଳନା କମିଟି ବୈଠକରେ ଏହା ଚଡାନ୍ତ ଅନୁମୋଦନ ଲାଭ କରିବ ।