ଷ୍ଟେଟ ବ୍ୟାଙ୍କ ଦ୍ଵାରା କୋଣାର୍କ କ୍ୟାନ୍ସର ଫାଉଣ୍ଡେସନକୁ ଆମ୍ବୂଲାନ୍ସ ଦାନ

ଭୁବନେଶ୍ୱର : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ଵାରା ତା ୨୨ ମାର୍ଚ ୨୦୨୩ ଦିନ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନକୁ ଏକ ଆମ୍ବୁଲାନ୍ସ ଦାନ କରାଯାଇଛି । କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ଓଡିଶାର କ୍ୟାନ୍ସର ରୋଗୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ୟୁନିଟ ୧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ଜୋନ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଆନୁଷ୍ଠାନିକ ଭାବେ ଆମ୍ବୁଲାନ୍ସର ଚାବି କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ର କାର୍ୟବାହୀ ଟ୍ରଷ୍ଟୀ ଶ୍ରୀ ଅରୂପ ମୋହନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ମହାପ୍ରବନ୍ଧକ (ନେଟୱର୍କ -୧ ) ଶ୍ରୀ ପି ମୁରୂଗନ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ,ଭୁବନେଶ୍ୱର ଜୋନ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ଝା , ବିପଣନ ଓ ସମ୍ପ୍ରସାରଣ ବିଭାଗ ଉପ ମହାପ୍ରବନ୍ଧକ ଶ୍ରୀ ଅମରେଶ ଦାସ , ଷ୍ଟେଟ ବ୍ୟାଙ୍କ ପ୍ରଶାସନିକ କାର୍ୟ୍ୟାଳୟ ଓ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନର ଅଧିକାରୀ ଓ କର୍ମଚାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।

Comments (0)
Add Comment