ଭୁବନେଶ୍ୱର- ଉତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ୫ ଦିନ ଧରି ରାଜ୍ୟର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଆଂଚଳିକ ପାଣିପାଭଗ ବିଭାଗ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ଗଜପତି, କଳାହାଣ୍ଡି, ଅନୁଗୋଳ, ଗଞ୍ଜାମ, ରାୟଗଡା, ବଲାଙ୍ଗିର, ବରଗଡ ଓ ନୂଆପଡା । ଏହି ସମୟରେ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ବାରଣ ପରାମର୍ଶ ଦିଆଯାଇଛି ।