ୱାଶିଂଟନ୍ : ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନ୍ର ନୂଆ ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହାର ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ମାଇକ୍ରୋସଫ୍ଟର ଚେୟାମ୍ୟାନ୍ ଥିବା ଜନ୍ ଥମ୍ପସନଙ୍କ ସ୍ଥାନରେ ନାଡେଲାଙ୍କୁ ନୂତନ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସତ୍ୟ ନାଡେଲାର ମାଇକ୍ରୋସଫ୍ଟର ସିଇଓଭାବେ ୨୦୧୪ରେ ଷ୍ଟିଭ୍ ବାମରଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଥିଲେ । ସିଇଓ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ସହିତ ଲିଙ୍କଡଇନ୍, ନୂଆନ୍ସ କମ୍ୟୁନିକେସନ୍ସ ଏବଂ ଜେନିମାକ୍ସ ଆଦି ଅଧିଗ୍ରହଣ କରିବାରେ ମୁଖ୍ୟ ଭୂମିକା ନେଇଥିଲେ ।
କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୨୦୧୪ରେ ଥମସନ୍ ବିଶ୍ୱର ଏହି ବୃହତ ସଫ୍ଟୱେୟାର୍ କମ୍ପାନୀର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ୍ ଦାୟିତ୍ୱ ଗ୍ରହଣ କରିଥିଲେ । ସଂପ୍ରତି ନାଡେଲା ଚେୟାରମ୍ୟାନ୍ ହେବାପରେ ଥମସନ ଏହାର ଲିଡ୍ ଇଣ୍ଡିପେଣ୍ଡେଂଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ । ଇତିମଧ୍ୟରେ ମାଇକ୍ରୋସଫ୍ଟ ପକ୍ଷରୁ ସେୟାର ପିଛା ୫୬% ତ୍ରୟମାସିକ ଲାଭାଂଶ ଘୋଷଣା କରାଯାଇଛି ।