ସବୁଜ ଭାରତ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ସବୁଜ ଭାରତ ତରଫରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଅବସରରେ ଏହି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ରକ୍ତଦାନ ଶିବିରକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଉଦ୍ଘାଟନ କରିଥିଲେ । ଏଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷା ସୁଲତା ଦେଓ, ଯୁବନେତା ପ୍ରବୀର ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଡ. ନଳିନୀକାନ୍ତ ମିଶ୍ର, ବୈଶାଖି ଦାସ, ଝୁମ୍ଝୁମ୍ ପରୀକ୍ଷା, ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନା, ଦେବାଶିଷ ଦାସ, ଅନିଲ ପଣ୍ଡା, ରଶ୍ମିତା ମୁଖି, ରାଜ ନାରାୟଣ ଜେନା ପ୍ରମୁଖ ରକ୍ତ ଦାନ କରିଥିଲେ । ସର୍ବମୋଟ ୨୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସଂଗୃହିତ ରକ୍ତକୁ ରାଜଧାନୀ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା ।

Comments (0)
Add Comment